ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରକାଶ ପାଇଲା ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ, ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ

ନୂଆଦିଲ୍ଲୀ : କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା (ICSE) ଦଶମ ଫଳାଫଳ ପ୍ରକାଶ ପାଇଛି। ସନ୍ଧ୍ୟା ୫ ଟାରେ ସିଆଇଏସ୍‍ସିଇ(କାଉନ୍ସିଲ୍‍ ଫର୍‍ ଦ ଇଣ୍ଟିଆନ୍‍ ସ୍କୁଲ ସାର୍ଟିଫିକେଟ୍‍ ଏକଜାମିନେସନ) ପକ୍ଷରୁ ICSE ଦଶମ ଶ୍ରେଣୀ ଫଳାଫଳ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ www.cisce.org ୱେବସାଇଟ୍‍ ଜରିଆରେ ଉପଲବ୍ଧ ହେବା ସହ ଏସଏମଏସ ଦ୍ୱାରା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଫଳ ପାଇ ପାରିବେ। ଛାତ୍ରଛାତ୍ରୀମାନେ ଆଇସିଏସଇ(ରୋଲ ନମ୍ବର) ଟାଇପ୍‍ କରି ୦୯୨୪୮୦୮୨୮୮୩ କୁ ଏସଏମଏସ ପଠାଇ ରେଜଲ୍ଟ ମଧ୍ୟ ପାଇ ପାରିବେ।  ଦୁଇଟି ଟର୍ମ ପରୀକ୍ଷାକୁ ଭିତ୍ତି କରି ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି।

ଚଳିତ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଫଳରେ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।ଚଳିତ ବର୍ଷ ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷାରେ ୯୯.୯୭ ପ୍ରତିଶତ ଛାତ୍ର ପାସ୍‌ କରିଥିବା ବେଳେ ୯୯.୯୮ ପ୍ରତିଶତ ଛାତ୍ରୀ ପାସ୍‌ କରିଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.