ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ଝାମ୍ପିନେଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲେ ଯୁବକ

ପଟ୍ଟାମୁଣ୍ଡାଇ: ଯୁବକଙ୍କୁ ନଦୀରୁ ଝାମ୍ପିନେଲା କୁମ୍ଭୀର । ଅଳ୍ପକେ ବର୍ତ୍ତିଲା ଜୀବନ। ଶୌଚ ହେବାକୁ ଯାଇଥିବା ସମୟରେ ବ୍ରାହ୍ମଣୀ ନଦୀରୁ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଗୁରୁତର ଯୁବକ ହେଲେ ନିମପୁର ଗାଁର ବବୃ ବାହାନ ଭୂୟାଁ । ଆଜି ସକାଳେ ବବୃ ବାହାନ ବ୍ରାହ୍ମଣୀ ନଦୀ ନିମପୁର ସ୍ପର ପାଖକୁ ଶୌଚ ହେବାକୁ ଯାଇଥିଲେ । ଗାଧୋଇବାବେଳେ ହଠାତ ପଛ ପଟୁ ଏକ କୁମ୍ଭୀର ଆସି ଝାମ୍ପିନେଇଥିଲା ଓ ପାଣି ଭିତରକୁ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଜ ବୁଦ୍ଧି ଖଟାଇ ବବୃ ବାହାନ ଉପରକୁ ଘୋଷାରି ହୋଇ ଚାଲିଆସିଥିଲେ । ତେବେ ବବୃ ବାହାନଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି ।

Leave A Reply

Your email address will not be published.