ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା !

କେନ୍ଦୁଝର: ଘରେ ପଶି ଦମ୍ପତିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କଲେ ଦୁର୍ବୁତ୍ତ। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରାସୋଳ ଝୁୁମୁକିପାଟିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକମାନେ ହେଲେ ସେହି ସାହିର ଆଦିବାସୀ ଦମ୍ପତି ବାହାଡା ଓରଫ ଲେଚା ମୁର୍ମୁ (୪୫ ବର୍ଷ) ଓ ତାଙ୍କ ପତ୍ନୀ ଧାନୀ ମୁର୍ମୁ (୪୦ ବର୍ଷ)। ଉଭୟଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ପ୍ରାୟତଃ ଗୁଣି ଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଖବର ପାଇ ଘଟଗାଁ ଏସଡିପିଓ ସୁଶୀଲ କୁମାର ମିଶ୍ର ହରିଚନ୍ଦନପୁର ଥାନାଧିକାରୀ ଦେବକୀ ନାୟକ ଏବଂ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.