ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୩୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ଗ୍ରାଫ ଉପର ତଳ ହେଉଛି। କେତେବେଳେ ଏକ ହଜାର ପାର କରିଯାଉଛି ତ କେତେବେଳେ ହଜାରେ ତଳକୁ ଦୈନିକ ସଂକ୍ରମଣ ରହୁଛି। ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଏକ ହଜାର ତଳକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୪୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୯ ଜଣ ସଂକ୍ରମିତ ରହିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୪୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୧୭, ସମ୍ବଲପୁରରୁ ୬୨, ମୟୁରଭଞ୍ଜ ୫୫ ଓ କଟକରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୬୧୮୧ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
Covid-19 Report For 4th August
New Positive Cases: 836
Of which 0-18 years: 169
In quarantine: 488
Local contacts: 348(Details of local contacts will be shared by concerned District)
1. Angul: 2
2. Balasore: 9
3. Bargarh: 30
4. Bhadrak: 4
5. Balangir: 32
6. Boudh: 10— I & PR Department, Odisha (@IPR_Odisha) August 5, 2022
23. Nayagarh: 19
24. Nuapada: 21
25. Puri: 7
26. Rayagada: 9
27. Sambalpur: 62
28. Sonepur: 14
29. Sundargarh: 242
30. State Pool: 27New recoveries: 979
Cumulative tested: 32744642
Positive: 1317309
Recovered: 1301930
Active cases: 6181— I & PR Department, Odisha (@IPR_Odisha) August 5, 2022