ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ନିର୍ବାଚନ ସମୟରେ ନିଶାଦ୍ରବ୍ୟ ଓ ଗିଫ୍ଟ କାରବାର ଉପରେ ରହିବ ନଜର

କଟକ: କଳାଧନ ପ୍ରସଙ୍ଗରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା  । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଅରିଜିତ ପଶାୟତ । କହିଛନ୍ତି, ଦେଶରେ ଏବେ ବହୁ ମାତ୍ରାରେ ନିଶାଦ୍ରବ୍ୟ ଧରାପଡ଼ିଛି। ୫ଟି ରାଜ୍ୟରେ ନିର୍ବାଚନ ସମୟରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଧରାପଡିଥିଲା । ଯାହା ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାରର ସୂଚନା ପ୍ରଦାନ କରୁଛି।

ଅନେକ ସମୟରେ ଭୋଟରଙ୍କୁ କ୍ୟାସ୍ ପରିବର୍ତ୍ତେ ସୁନା ଉପହାର ସହ ଅନ୍ୟ ସାମଗ୍ରୀ ଦେବାକୁ ଅନଲାଇନ୍ ଜରିଆରେ ପ୍ରଲୋଭିତ କରାଯାଉଛି। ଶିକ୍ଷାନୁଷ୍ଠାନରେ ବିଭିନ୍ନ ଉପାୟରେ ବେଆଇନ ଟଙ୍କା କାରବାର ହେଉଥିବା ନେଇ ବୈଠକରେ ମଧ୍ୟ ଆଲୋଚନା ହୋଇଛି । ଆଗକୁ ଏହାକୁ କିଭଳି ରୋକାଯାଇପାରିବ ସେ ନେଇ ଗୁରୁତ୍ଵାରୋପ କରାଯାଇଛି । ରାଜ୍ୟରେ ଭିଜିଲାନ୍ସ ସମେତ ଅନ୍ୟ ସମସ୍ତ ଏନଫୋର୍ସମେଣ୍ଟ ସଂସ୍ଥା ଦୁର୍ନୀତି ଅଭିଯୋଗ ବିରୋଧରେ କରିଥିବା ତଦନ୍ତର ସବିଶେଷ ବିବରଣୀ ଇଡି ଓ ଆୟକର ବିଭାଗକୁ ଦେବେ । ଆସନ୍ତା ଜୁନ୍ ସୁଦ୍ଧା ନବମ ଅନ୍ତରୀଣ ରିପୋର୍ଟ ସୁପ୍ରିମକୋର୍ଟକୁ ପଠାଯିବ ।

ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ତାଙ୍କ କଟକ ତେଲେଙ୍ଗା ବଜାର ବାସଭବନରେ ବସିଥିଲା ଏହି ବୈଠକ । ବୈଠକରେ ଇଡି, ସିବିଆଇ, ଆୟକର, କଷ୍ଟମ, ଜିଏସଟି, ଭିଜିଲାନ୍ସ ଓ ଖଣି ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଦେଶରେ ଗଚ୍ଛିତ କଳାଧନ ଉପରେ ଭାରତ ସରକାର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏଜେନ୍ସି ନେଉଥିବା କାର୍ଯ୍ୟାନୁଷ୍ଠାନ ନେଇ ବୈଠକରେ ଆଲୋଚନା ହୋଇଥିଲା । କଳାଧନକୁ ସାମ୍ନାକୁ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ଜାରି ରହିଛି । ଏହା ମଧ୍ୟରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ତାଙ୍କ ଅଷ୍ଟମ ରିପୋର୍ଟ କୋର୍ଟରେ ଦାଖଲ କରିସାରିଛନ୍ତି ।

Leave A Reply

Your email address will not be published.