ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଗ୍ରାମାଞ୍ଚଳର ୨୫ ଶହ ଗରିବ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ପାଠ ପଢ଼ାଇବାକୁ ଯୋଜନା

କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବେରୁଣିପଦି ଗାଁରେ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଡାକ୍ତର ପ୍ରଦୀପ ସେଠୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଥିବା ଏହି ବିଦ୍ୟାଳୟରେ ଗ୍ରାମାଞ୍ଚଳର ୨୫ ଶହ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ପାଠ ପଢ଼ାଇବାକୁ ଯୋଜନା କରାଯାଇଛି ।

ପ୍ରଦୀପ ସେଠୀଙ୍କ ନିଜ ଗାଁ ବେରୁଣିପଦିରେ ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ଅଗ୍ରସର କରାଇବାକୁ ଏହି ପରିକଳ୍ପନା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି ।

କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ଚନ୍ଦ୍ରାଣି ମୁର୍ମୁ, ମେଣ୍ଟର ସଲିଳ ଚତୁର୍ବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.