ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ମହାମାରୀ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବଡ ଘୋଷଣା, ଓଡ଼ିଶାବାସୀଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ବର: ମାହାମାରୀ ସମୟରେ ମୁଖ୍ଯମନ୍ତ୍ରୀଙ୍କ ବଡ ଘୋଷଣା। ରାଜ୍ଯବାସୀଙ୍କୁ ମିଳିବ ମାଗଣା ଟିକା। ଏ ନେଇ ଆଜି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଟିକା ପାଇଁ ରାଜ୍ଯବାସୀଙ୍କୁ ଟଙ୍କାଟିଏ ବିଏ ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏଥିପାଇଁ ରାଜ୍ଯ ସରକାର ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ୧୮ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ଏବେ ରାଜ୍ୟରେ ମାଗଣାରେ କୋଭିଡ୍ ଟିକା ନେଇପାରିବେ ।

କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ବୋଧନ ସମୟରେ କହିଛନ୍ତି ଯେ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ଯବାନ । ସାରା ଦେଶ କଠିନ ପରିସ୍ଥିତି ଦେଇ ଗତିକରୁଛି। ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ଶ୍ମଶାନ ଘାଟରେ ଶବଦାହ ପାଇଁ ଜାଗା ମିଳୁନି। ଏଭଳି ସ୍ଥିତି କେବେ ବି ଆସି ନ ଥିଲା। ଆପଣମାନେ କୋଭିଡ ନିୟମ ପାଳନ କରନ୍ତୁ। ମୁଁ ଲକଡାଉନ୍ ସପକ୍ଷରେ ନୁହେଁ । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ନିଶ୍ଚୟେ ଖୁବ ଶୀଘ୍ର ଏହି ମହାସଙ୍କଟରୁ ଉଦ୍ଧାର ପାଇବା ବୋଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.