ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଡିଓ ଭାଇରାଲ: କିନ୍ନର ପୋଲିସ ହତାହାତି

ପୁରୀ: କିନ୍ନର ପୋଲିସ ହେଲେ ହତାହାତି । ଗତକାଲି ବିଳମ୍ବିତ ରାତିରେ ପୁରୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇଜଣ କିନ୍ନରଙ୍କ ସହ ପୋଲିସର ହାତାହାତି ହେଉଥିବାର ଭିଜୁଆଲ ଭାଇରଲ ହେବାରେ ଲାଗିଛି । କୌଣସି ଏକ କାରଣକୁ ନେଇ କିନ୍ନର ମାନଙ୍କୁ ଅଟକ ରଖିଥିଲା । ତେବେ କୌଣସି ନିର୍ଦ୍ଧିଷ୍ଠ କାରଣ ନ ଥାଇ କିନ୍ନରମାନଙ୍କୁ ପୋଲିସ ଅଟକାଇ ଥିବା ଦର୍ଶାଇ କିନ୍ନରମାନେ ଏହାକୁ ବିରୋଧ କରିଥିଲେ | ବିରୋଧ ଯୋଗୁଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରବର୍ତୀ ସମୟରେ ହାତାହାତି ଯାଏ କଥା ଯାଇଥିଲା । ତେବେ ହାତାହାତିରେ ପୋଲିସ ଓ କିନ୍ନର ଉଭୟ ଆହତ ହୋଇଛନ୍ତି । ପ୍ରାଥମିକ ଭାବେ ଯାହା ଜଣାପଡିଛି ଉଭୟ କିନ୍ନରଙ୍କୁ ସମୁଦ୍ର କୂଳ ଥାନାରେ ଅଟକ ରଖାଯାଇଛି । ଏଥିସହ ଘଟଣାର ସତ୍ୟାସତ୍ୟ କଣ ରହିଛି ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । ତେବେ କିନ୍ନରଙ୍କ ସହ ପୋଲିସର ଏଭଳି ଧସ୍ତାଧସ୍ତିର ଭିଡିଓ ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.