ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ କେନ୍ଦ୍ର ଅମଙ୍ଗ

ନୂଆଦିଲ୍ଲୀ: ବାରମ୍ବାର ଓଡ଼ିଶାର ଅଧିକାରକୁ କ୍ଷୂର୍ଣ୍ଣ କରୁଛନ୍ତି କେନ୍ଦ୍ର ସରକାର। ପ୍ରଥମେ ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏବେ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଅଗ୍ରାହ୍ୟ କରି ଦେଇଛି କେନ୍ଦ୍ରର ବିଜେପି ସରକାର। ଗୃହରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଓଡ଼ିଶୀ ସଂଗୀତକୁ ମାନ୍ୟତା ପ୍ରଦାନ ନେଇ ପ୍ରଶ୍ନ ପଚାରିଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶାନ ରେଡ୍ଡି। ଏହାକୁ ନେଇ ବିଜେଡି ସାଂସଦ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଅନ୍ୟପଟରେ ଲୋକସଭାରେ ଆଗତ ହାଇକୋର୍ଟର ବିଚାରପତିମାନଙ୍କ ଦରମା ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ ଦରମା ଓ ସେବା ସର୍ତ୍ତ ଅଧିନିୟମ ୧୯୫୮ର ସଂଶୋଧନକୁ ବିରୋଧ କରିଛନ୍ତି ବିଜେଡି ସାଂସଦ । ସେପଟେ ନିଲମ୍ବିତ ସାଂସଦ କ୍ଷମା ମାଗିବା, ଉତ୍ତର ପୂର୍ବ ରାଜ୍ୟରେ ବଢୁଥିବା ହିଂସା ହେଉ କିମ୍ବା ନାଗାଲାଣ୍ଡର ଗଣହତ୍ୟା ଏବଂ ଏମଏସପି ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଚାଲିଛି ହଟଗୋଳ । ଫଳରେ ବାରମ୍ବାର ମୁଲତବି ହେଉଛି ଗୃହ । କେନ୍ଦ୍ର ସରକାର ଦେଶବାସୀଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ସାଂସଦ ।

Leave A Reply

Your email address will not be published.