ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜେଟ୍ ୨୦୨୩- ୨୪: ପଞ୍ଚାୟତ ଓ ୱାର୍ଡ ସ୍ତରରରେ ଖୋଲିବ ଡିଜିଟାଲ ଲାଇବ୍ରେରୀ, ଏକଲବ୍ୟ ବିଦ୍ୟାଳୟରେ ନିଯୁକ୍ତ ହେବେ ୩୮,୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ପଞ୍ଚମ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ସମୟରେ ସେ ବିଭିନ୍ନ ବିଭାଗ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଶିକ୍ଷା ମନ୍ତ୍ରଣାଳୟକୁ ୧.୧୨ ଲକ୍ଷ କୋଟି ଚଙ୍କା ଆବଣ୍ଟନ କରାଯାଇଛି। ଯାହାକି ପୂର୍ବ ବଜେଟ ତୁଳନାରେ ସର୍ବାଧିକ।

ସୀତାରମଣ ଘୋଷଣା କରିଛନ୍ତି ଯେ, ଆସନ୍ତା ତିନି ବର୍ଷ ମଧ୍ୟରେ ଏକଲବ୍ୟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ ହେବେ। ଏହି ଅଧୀନରେ ୭୪୦ ଏକଲବ୍ୟ ବିଦ୍ୟାଳୟ ପାଇଁ ୩୮ ହଜାର ୮୦୦ ଶିକ୍ଷକ ଏବଂ ସହାୟକ କର୍ମଚାରୀ ନିଯୁକ୍ତ ହେବେ। ଏକ ଡିଜିଟାଲ ଲାଇବ୍ରେରୀ ପ୍ରତିଷ୍ଠା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ମଧ୍ୟ କହିଛନ୍ତି। ଜାତୀୟ ଡିଜିଟାଲ ଲାଇବ୍ରେରୀ ପଞ୍ଚାୟତ ଏବଂ ୱାର୍ଡ ସ୍ତର ପର୍ଯ୍ଯନ୍ତ ଖୋଲାଯିବ। ଆଞ୍ଚଳିକ ଏବଂ ଇଂରାଜୀ ଭାଷାରେ ବହି ଦିଆଯିବ। ଏନଜିଓଗୁଡ଼ିକର ସହଯୋଗରେ ସାକ୍ଷରତା ଉପରେ କାର୍ଯ୍ଯ କରାଯିବ।

ଲୋକସଭାରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା ପାଇଁ ଘୋଷଣା କରିଛନ୍ତି ଯେ ଦେଶରେ ଶିକ୍ଷକ ପ୍ରଶିକ୍ଷଣ ପାଇଁ ନୂଆ କାର୍ୟ୍ୟକ୍ରମ ଆରମ୍ଭ ହେବ। ଏହା ବ୍ୟତୀତ ୧୫୭ଟି ନୂଆ ନର୍ସିଂ କଲେଜ ଘୋଷଣା କରାଯାଇଛି।

Leave A Reply

Your email address will not be published.