କଲରାପତରିଆ ବାଘ ଚମଡା ଡିଲ ବେଳେ ମାଡିବସିଲା ପୁଲିସ, ୬ ଗିରଫ

ବାରିପଦା: ପୁଣି କଲରାପତରିଆ ବାଘ ଚମଡା ଜବତ । ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଆଧୀନ ରାଜପଥ ପାର୍ଶ୍ଵ କତରା ପୋଲ ଟାଓ୍ବାର ଡାବାରେ କଲରାପତରିଆ ବାଘ ଚମଡା ଡିଲ ବେଳେ ଜବତ କରିଛି ପୁଲିସ। ଏସପିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଚଢାଉରେ ସାମିଲ ଥିଲେ। ଏହି ଡିଲରେ କଲରାପତରିଆ ବାଘ ଚମଡା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ବାଙ୍ଗିରିପୋଷି ଥାନା ଅଧିକ ତଦନ୍ତ ଜାରି ରଖିଛି।