ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପିକୁ ଏବେଠୁ ଘାରିଲାଣି ପଞ୍ଚାୟତ ଓ ପୌର ନିର୍ବାଚନ ହାରିବା ଭୟ : ବିଜେଡି

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ନେଇ ବିଜେପିର ଅଭିଯୋଗ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସମାଲୋଚନା କରିଛି ବିଜେଡି । ବିଜେପି ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଟିପ୍ପଣୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ମନଗଢା ବୋଲି କହିଛନ୍ତି  ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ଲେନିନ କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନ ଏବଂ ତାପରେ ରାଜ୍ୟରେ ହୋଇଥିବା ସମସ୍ତ ନିର୍ବାଚନରେ ବିଜେପି ପରାଜୟ ବରଣ କରିଛି ।

ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାରିବା ଭୟ ବିଜେପିକୁ ଏବେଠୁ ବେଶୀ ଘାରିଲାଣି । ନିର୍ବାଚନରେ ହାର ସୁନିଶ୍ଚିତ ବୋଲି ମାନି ନେଇ ବିଜେପି ନେତା ଏଭଳି ବିବୃତି ଦେଇଛନ୍ତି । ମନଗଢ଼ା ବିବୃତ୍ତି ଦେଇ ଜନମତକୁ ଭ୍ରମିତ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।ନିର୍ବାଚନ ନେଇ ମାମଲା ହାଇକୋର୍ଟଙ୍କ ବିଚାରାଧୀନ ଅଛି । ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ବିଜେପି ମନଗଢା ବିବୃତ୍ତି ଦେବାରୁ କ୍ଷାନ୍ତ ରହୁ ବୋଲି ଲେନିନ କହିଛନ୍ତି । ଏହା ସହ ବିଜେପି ଆଗାମୀ ନିର୍ବାଚନରେ ପରାଜୟ ପାଇଁ ପ୍ରସ୍ତୁତ ରହୁ ବୋଲି ଲେନିନ କଟାକ୍ଷ କରିଛନ୍ତି ।

 

Leave A Reply

Your email address will not be published.