ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୌତୁକ ଦାବିରେ ନବ ବଧୂଙ୍କ ତଣ୍ଟି ଚିପି ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ିଦେଇଥିବା ଅଭିଯୋଗ

କେନ୍ଦ୍ରାପଡା: ବିବାହର ୪ ମାସ ନପୁରୁଣୁ ଅଧିକ ଯୌତୁକ ଦାବି କରି ତଣ୍ଟି ଚିପି ହତ୍ୟା କରାଯିବା ପରେ ମହିଳାଙ୍କୁ ପେଟ୍ରୋଲ ଢାଳି ପୋଡ଼ିଦେଲେ । ଏହି ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେବାକୁ ଯାଇ ଡ୍ରେସ ଆଇରନ କରୁ କରୁ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ନେଇ ପ୍ରଚାର କଲେ। ପୋଡା ମୃତ ଶରୀର ମେଡିକାଲ ନେଇ ସେଠାରୁ ଫେରାର ହୋଇଗଲେ । ଖବରପାଇ ସଦର ଥାନା ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଂଚି ଯାଞ୍ଚ ଆରମ୍ଭ କରିବାରୁ ଘର ଭିତର ସାରା ପେଟ୍ରୋଲ ଗନ୍ଧ ବାହାରୁଥିବା ଦେଖିବାକୁ ମିଳିଥିଲା। ଉକ୍ତ ଘରକୁ ସିଜ କରାଯାଇଛି ।

ଏଭଳି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ହଳଦୀଆ ଗାଁ ରେ । ଏହି ସୁପରକଳ୍ପିତ ହତ୍ୟାକାଣ୍ଡକୁ ଭିନ୍ନ ରୂପ ଦେବାର ଷଡଯନ୍ତ୍ର ଧରାପଡିଯାଇଛି । ଡ୍ରେସ ଆଇରନ ଦେଲାବେଳେ ଶରୀର ଶତ ପ୍ରତିସତ କେମିତି ଜଳିଯିବ ସେ ନେଇ ପୋଲିସ ପଚାରିବାରୁ ସ୍ୱାମୀ ନିରବ ହୋଇଗଲେ। ସ୍ୱାମୀ, ଶଶୁର, ଶାଶୁ, ଢ଼େଢଶୁର ଓ ଦିଅର ପୋଡି ମାରିଥିବାର ଅଭିଯୋଗ ଆଣିଛନ୍ତି ନବ ବଧୂର ପରିବାର ଲୋକେ । ଏନେଇ କେନ୍ଦ୍ରାପଡ଼ା ସଦରଥାନାରେ ଏତଲା ଦେଇଛନ୍ତି ନବ ବଧୂର ପରିବାର ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମୌସୁଧା ଗ୍ରାମପଞ୍ଚାୟତ ପରମାନନ୍ଦପୁରର କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଝିଅ ମିତା କୁଣ୍ଡ ଡେରାବିଶ ବ୍ଲକ କୁଶିଆପାଳ ପଞ୍ଚାୟତ ହଳଦୀଆ ଗାଁ ର ପ୍ରଭାତ ନନ୍ଦୀଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ଓ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଏମିତିକି ଝିଅକୁ ପରିବାର ଲୋକଙ୍କ ସହ ବିବାହ ଦିନରୁ ମୋବାଇଲରେ କଥାବାର୍ତ୍ତା କରାଇ ଦେଉନଥିଲେ ବୋଲି ଅଭିଯୋଗ ହୋଇଛି । ଗତକାଲି ହଠାତ ବାପଘର ଲୋକ ଙ୍କୁ ଫୋନ ଆସିଲା କି ତୁମ ଝିଅ ଡ୍ରେସ ଆଇରନ ଦେଲା ବେଳେ ପୋଡି ହେଇଯାଇଛି । ନବ ବଧୂଙ୍କ ପରିବାର ଲୋକେ ପହଁଚିଲା ପରେ ସମ୍ପୂର୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମେଡିକାଲ ନ ନେଇ ଶାଶୁଘର ଲୋକେ ସେମିତି ଘରେ ପକେଇ ରଖିଥିଲେ। ମିତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲ ଆଣିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ମିତାଙ୍କ ମୃତଶରୀର ପୋଷ୍ଟମୋର୍ଟମ କରାଯାଇଛି । ଏହି ହତ୍ୟାକାଣ୍ଡରେ ପୋଲିସ କେବଳ ମିତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ହେଲେ ମୃତ ମିତାଙ୍କ ଶଶୁର ଘରଲୋକେ ଫେରାର ରହିଛନ୍ତି ।

ଏନେଇ ମୃତ ମିତାଙ୍କ ବଡ଼ ଭାଇ ଅକ୍ଷୟ କୁମାର କୁଣ୍ଡ କୁହନ୍ତି ବିବାହର ମାତ୍ର ଅଳ୍ପ ଦିନରେ ଭଉଣୀଙ୍କୁ ଶାରୀରିକ ଆଉ ମାନସିକ ନିର୍ଯାତନା ଦେଉଥିଲେ ଆଉ ଏବେ ଭଉଣୀକୁ ମୋର ହତ୍ୟା କରିବା ପରେ ପୋଡି ଦେଲେ । ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ସେ ନିବେଦନ କରିଛନ୍ତି । ଏନେଇ ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଘଠନ ଜିଲ୍ଲା ସମ୍ପାଦକ ହୀରାମଣି ରାଉତ କୁହନ୍ତି ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସେ ଦାବି କରିଛନ୍ତି ।

Leave A Reply

Your email address will not be published.