ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଂସଦରେ ଓଡ଼ିଶାର ନାର୍ଯ୍ୟ ଦାବିକୁ ଉପସ୍ଥାପନ କରିବି: ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶିଙ୍କ ନାଁ ଘୋଷଣା କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ନାଁରେ ମୋହର ମାରିଛନ୍ତି ।

ସାମ୍ବାଦିକତାରୁ ସଫଳ ରାଜନେତା ମାନସ ମଙ୍ଗରାଜ । ସାମ୍ବାଦିକତାରେ ଯେତିକି ଚର୍ଚ୍ଚିତ, ରାଜନୀତିରେ ସେତିକି ପ୍ରଭାବୀ ସେ ।ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି ମାନସ ମଙ୍ଗରାଜ । ଦଳର ସଂଗଠନ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟସଭା ପାଇଁ ନାଁ ଘୋଷଣା ପରେ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସଂସଦରେ ଓଡ଼ିଶାର ନାର୍ଯ୍ୟ ଦାବିକୁ ଉପସ୍ଥାପନ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.