ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି

ଭୁବନେଶ୍ୱର: ବିନା ଦ୍ୱିଧାରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ ।

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି ରାଜ୍ୟସଭା । ରିଟର୍ଣ୍ଣିଂ ଅଫିସର ନିରଞ୍ଜନଙ୍କୁ ଦେଇଛନ୍ତି ସାର୍ଟିଫିକେଟ । ଫଳରେ ଆଜିଠାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଆଗରୁ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଥିଲେ ।

Leave A Reply

Your email address will not be published.