ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ମହଙ୍ଗା ପଡିଲା ଫେସବୁକ ବନ୍ଧୁତା; ସୋସିଆଲ ମିଡିଆରେ ଭାଇରାଲ ହେଲା ଯୁବତୀଙ୍କ ଅଶ୍ଲୀଳ ଫଟୋ

କେନ୍ଦ୍ରାପଡା: ଜଣେ ଯୁବତୀଙ୍କୁ ମହଙ୍ଗା ପଡିଛି ଫେସବୁକ ବନ୍ଧୁତା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାର ସଦର ଥାନା ଅଧିନ ବଗଡ଼ା ଖମରପଡା ଅଞ୍ଚଳରେ । ଅଭିଯୋଗ ମୁତାବକ, ଗତ ୩ ମାସ ତଳେ ଖମରପଡା ଅଞ୍ଚଳର ଜଣେ ଯୁବତୀଙ୍କୁ ଯାଜପୁର ବ୍ରାହ୍ମଣୀଗାଁର ଜଣେ ଯୁବକ ବନ୍ଧୁତା ପାଇଁ ଅନୁରୋଧ ପଠାଇଥିଲେ । ଯୁବତୀ ଜଣଙ୍କ ବନ୍ଧୁତା ଗ୍ରହଣ କରିବା ପରେ ମୋବାଇଲ ନମ୍ବର ଦିଆନିଆ ହୋଇଥିଲେ । ଏହାପରେ ଯୁବକ ଜଣଙ୍କ ପ୍ରେମ ନିବେଦନ କରିଥିଲେ । ଯୁବତୀ ଜଣଙ୍କ ତାଙ୍କ କଥାରେ ରାଜି ହୋଇନଥିଲେ । ସେପଟେ ଯୁବତୀଙ୍କ ଘର ଲୋକ ତାଙ୍କର ବିବାହ ଅନ୍ୟତ୍ର କରିବାକୁ ସ୍ଥିର କରିଥିଲେ । ଏହା ଜାଣିବା ପରେ ଅଭିଯୁକ୍ତ ରାଗିଯାଇ ଯେଉଁ ବ୍ୟକ୍ତି ସହ ଯୁବତୀଙ୍କ ବିବାହ ଠିକ ହୋଇଥିଲା ତାଙ୍କ ଫଟୋ ସହ ଯୁବତୀଙ୍କ ଫଟୋକୁ ଅଶ୍ଲୀଳ କରି ସୋସିଆଲ ମିଡିଆରେ ଭାଇରାଲ କରିଛି ଅଭିଯୁକ୍ତ । ଏନେଇ ଅଭିଯୁକ୍ତକୁ ପଚାରିବାରୁ ଯେଉଁ ପର୍ଯ୍ୟନ୍ତ ତାଙ୍କ କଥାରେ ରାଜି ନହେବେ ସେପର୍ଯ୍ୟନ୍ତ ଭାଇରାଲ ହେଇଚାଲିବ ବୋଲି ଧମକ ଦେଇଛନ୍ତି ଲ ଅନ୍ୟ କିଛି ଉପାୟ ନ ପାଇ ଶେଷରେ ଯୁବତୀ ଜଣକ ବାଧ୍ୟ ହୋଇ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ଅଭିଯୁକ୍ତ କାହ୍ନୁ ବେହେରାଙ୍କ ବିରୋଧରେ ଏକ ମାମଲା ୫୬୪/୨୧ ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.