ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏପ୍ରିଲ ଜିଏସ୍‌ଟି ରାଜସ୍ବ ସଂଗ୍ରହ : ଅଭିବୃଦ୍ଧିରେ କେନ୍ଦ୍ରକୁ ଟପିଲା ଓଡ଼ିଶା

ଭୁବନେଶ୍ବର : ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ରାଜସ୍ବ ସଂଗ୍ରହରେ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା ହୋଇଛି। ଏହି ସମୟରେ ଦେଶରେ ୧.୬୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ବ ସଂଗ୍ରହ କରାଯାଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏପ୍ରିଲରେ ଜିଏସ୍‌ଟି ରାଜସ୍ବ ସଂଗ୍ରହର ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା କେନ୍ଦ୍ର ସରକାରଙ୍କୁ ଟପିଯାଇଛି। ଏହି ସମୟରେ ଓଡ଼ିଶାରେ ୪,୯୧୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଛ, ଯାହାକି ପୂର୍ବବର୍ଷର ସମାନ ଅବଧି ତୁଳନାରେ ୨୮ ପ୍ରତିଶତ ଅଧିକ ରାଜସ୍ବ ଆଦାୟର ରେକର୍ଡ ପ୍ରତିଷ୍ଠା କରିଛି। ଅନୁପାଳନ ଅଭ୍ୟାସରେ ସୁଧାର କାରଣରୁ ଜିଏସ୍‌ଟି ସଂଗ୍ରହ ବୃଦ୍ଧି ପାଇଥିବା କୁହାଯାଉଛି ।

୨୦୨୨ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ସର୍ବକାଳୀନ ରେକର୍ଡ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଦେଶରେ ଏପ୍ରିଲ ୨୦୨୨ରେ ମୋଟ୍ ୧ ଲକ୍ଷ ୬୭ ହଜାର ୫୪୦ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗ୍ରହ ହୋଇଛି। ଏଥିମଧ୍ୟରେ ୩୩,୧୫୯ କୋଟି ଟଙ୍କାର ସିଜିଏସ୍‌ଟି, ୪୧,୭୯୩ କୋଟି ଟଙ୍କାର ଏସ୍‌ଜିଏସ୍‌ଟି, ୮୧,୯୩୯ କୋଟି ଟଙ୍କାର ଆଇଜିଏସ୍‌ଟି (ସାମଗ୍ରୀ ଆମଦାନୀରୁ ସଂଗୃହିତ ୩୬,୭୦୫ କୋଟି ଟଙ୍କା ସମେତ) ଏବଂ ୧୦,୬୪୯ କୋଟି ଟଙ୍କାର ସେସ (ସାମଗ୍ରୀ ଆମଦାନୀରୁ ସଂଗୃହୀତ ୮୫୭ କୋଟି ଟଙ୍କା ସମେତ) ସାମିଲ ରହିଛି। ଗତ ମାସ ଅର୍ଥାତ୍‌ ମାର୍ଚ୍ଚ ୨୦୨୨ରେ ସଂଗୃହିତ ଜିଏସଟି ରାଜସ୍ବ ପରିମାଣ ୧ ଲକ୍ଷ ୪୨ ହଜାର ୯୫ କୋଟି ଟଙ୍କାରୁ ୨୫ ହଜାର ଟଙ୍କା ଅଧିକ ରହିଛି ।

ଅପରପକ୍ଷେ ଏପ୍ରିଲ ୨୦୨୨ରେ ଓଡ଼ିଶାରେ ୪ ହଜାର ୯୧୦ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ବ ସଂଗ୍ରହ କରାଯାଇଛି। ଗତ ବର୍ଷ ଅର୍ଥାତ୍‌ ୨୦୨୧ ଏପ୍ରିଲରେ ସଂଗୃହିତ ଜିଏସଟି ରାଜସ୍ବ ପରିମାଣ ୩ ହଜାର ୮୪୯ କୋଟି ଟଙ୍କାଠାରୁ ଏହା ୨୮% ଅଧିକ। ସରକାର ସିଜିଏସଟି ବାବଦରେ ୩୩,୪୨୩ କୋଟି ଟଙ୍କା ଏବଂ ଆଜିଏସ୍‌ଟିରୁ ଏସ୍‌ଜିଏସ୍‌ଟି ବାବଦରେ ୨୬ ହଜାର ୯୬୨ କୋଟି ଟଙ୍କା ପରିଶୋଧ କରିଛନ୍ତି। ନିୟମିତ ପରିଶୋଧ ପରେ ୨୦୨୨ ଏପ୍ରିଲ ମାସରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ସଂଗ୍ରହ ପରିମାଣ ସିଜିଏସ୍‌ଟି ବାବଦରେ ୬୬,୫୮୨ ଏବଂ ଏସ୍‌ଜିଏସ୍‌ଟି ବାବଦରେ ୬୮,୭୫୫ କୋଟି ଟଙ୍କା ରହିଛି।

୨୦୨୨ ଏପ୍ରିଲ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ଗତ ବର୍ଷ ସମାନ ମାସରେ ସଂଗୃହିତ ରାଜସ୍ବ ତୁଳନାରେ ୨୦% ଅଧିକ ରହିଛି। ଏପ୍ରିଲ ୨୦୨୨ରେ ଗତବର୍ଷର ସମାନ ଅବଧି ଅର୍ଥାତ୍‌ ଏପ୍ରିଲ ୨୦୨୧ ତୁଳନାରେ ସାମଗ୍ରୀ ଆମଦାନୀରୁ ସଂଗୃହିତ ରାଜସ୍ବ ୩୦% ଅଧିକ ଥିବା ବେଳେ ଘରୋଇ କାରବାରରୁ ସଂଗୃହିତ ରାଜସ୍ବ (ସେବା ଆମଦାନୀ ସମେତ) ୧୭% ଅଧିକ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.