ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ରାଜଧାନୀରେ ଆଉ ଏକ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ପୁଣି ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଖାରବେଳନଗର ଅଞ୍ଚଳରେ ଆଉ ଏକ ଆତ୍ମହତ୍ୟା ଘଟିଥିବା ଜଣାପଡ଼ିଛି।  ବେକରେ ରଶି ଲଗାଇ ଯୁବତୀ ଜଣଙ୍କ ଆତ୍ମହତ୍ୟା  କରିଛନ୍ତି।  ଯୁବତୀ ଜଣଙ୍କ ନାଁ ସସ୍ମିତା ବାରିକ । ବୟସ ୨୩ ବର୍ଷ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରି ଶବ ବ୍ଯବେଚ୍ଛଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଆରମମ୍ଭ କରିଛି।

ସୂଚନା ଅନୁଯାୟୀ, ଆଜି ବନ୍ଦ ଘରୁ ରସୁଲଗଡ ସ୍ଥିତ ଭାଗବତ ସନ୍ଧାନ ଶାନ୍ତି ନିବାସରୁ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଥିଲା।ମୃତ ମହିଳାଙ୍କ ନାଁ ପ୍ରଜ୍ଞା ପରମିତା କର। ବୟସ ପାଖାପାଖି ୩୩ ବର୍ଷ ହେବ ବୋଲି ଜଣାପଡ଼ିଥିଲା। ଗତକାଲି ରାତିରେ ସାମ୍ନା ଘରେ ଭୋଜି କରିବା ପରେ ସକାଳୁ ସକାଳୁ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଥିଲା।

Leave A Reply

Your email address will not be published.