ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି କେରଳରୁ ଚିହ୍ନଟ ହେଲେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ

କେରଳ: କେରଳରୁ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୩୦ବର୍ଷିୟ ସଂକ୍ରମିତଙ୍କୁ ମାଲାପୁରମରେ ଚିକିତ୍ସା କରାଯାଉଛି। ଆକ୍ରାନ୍ତ ଯୁବକ ଜଣକ କେରଳର ମଲ୍ଲପୁରମ୍‌ ଅଞ୍ଚଳର। ସେ ଜୁଲାଇ ୨୭ ତାରିଖରେ ସଂକ୍ରମିତ ଜଣକ ୟୁଏଇରୁ ଆସି କୋଝିକୋଡ ବିମାନ ବନ୍ଦରରରେ ପହଞ୍ଚିଥିଲେ ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଏହା କେରଳରେ ପଞ୍ଚମ ମଙ୍କିପକ୍ସ ସଂକ୍ରମିତ ମାମଲା। ପ୍ରଥମ ସଂକ୍ରମିତ ଜଣକ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ସଂକ୍ରମିତଙ୍କର ମଙ୍କିପକ୍ସରେ ମୃତ୍ୟୁ ଘଟିଛି। ଦେଶରେ ଏଯାଏ ମଙ୍କିପକ୍ସର ୮ଟି ମାମଲା ଚିହ୍ନଟ ହୋଇଛି।

Leave A Reply

Your email address will not be published.