ଗ୍ରାହକଙ୍କୁ ମହଙ୍ଗା ମାଡ : ପୁଣି କ୍ଷୀର ଦାମ୍‌ ବଢ଼ାଇଲା ଅମୂଲ, ଲିଟର ପିଛା ବଢିଲା ୩ ଟଙ୍କା

ନୂଆଦିଲ୍ଲୀ : ଫେବୃଆରୀ ୧ ରେ ଦେଶର ସାଧାରଣ ବଜେଟ୍‌ ଉପସ୍ଥାପନ ହେବାର ଗୋଟିଏ ଦିନ ପରେ ଆଜି ଗ୍ରାହକଙ୍କୁ ମହଙ୍ଗା ମାଡ ଆରମ୍ଭ ହୋଇଛି। ଦେଶରେ ପୁଣି କ୍ଷୀର ଦାମ୍‌ ବୃଦ୍ଧି ହୋଇଛି। ଦେଶର ପ୍ରତିଷ୍ଠିତ କମ୍ପାନୀ ଅମୂଲ କ୍ଷୀରର ଦାମରେ ପ୍ରତି ଲିଟର ପିଛା ୩ଟଙ୍କା ବୃଦ୍ଧି କରିଛି । ଏହି ବର୍ଦ୍ଧିତ ଦର ଆଜି ଠାରୁ ଲାଗୁ ହୋଇଛି । ଏ ନେଇ ଅମୂଲ ପକ୍ଷରୁ ନୂଆ ତାଲିକା ମଧ୍ୟ ଜାରି କରାଯାଇଛି ।

ବର୍ଦ୍ଧତ ଦର ପରେ ଅମୁଲ ଗୋଲ୍ଡର ଲିଟର ପିଛା ଦାମ ୬୩ ଟଙ୍କାରୁ ବଢ଼ି ୬୬ ଟଙ୍କାରେ ପହଞ୍ଚିଛି। ସେହିପରି ଅମୁଲ ତାଜାର ଦାମ ୫୪ ଟଙ୍କା ଓ ଅମୁଲ ଗାଈ କ୍ଷୀରର ଦାମ ୫୬ ଟଙ୍କା ଛୁଇଁଛି। ଅମୁଲ ଏ୨ ମଇଁଷି କ୍ଷୀରକୁ ଲୋକମାନେ ଲିଟର ପିଛା ୭୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହୋଇଛନ୍ତି।

Leave a comment