ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଭିଜିଲାନ୍ସ ଜାଲରେ ବାରିପଦା ବନ୍ଦୋବସ୍ତ କାର୍ଯ୍ୟାଳୟର ଅମିନ, ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ଅମିନ । ଲାଞ୍ଚ ନେବା ବେଳେ ବାରିପଦା ବନ୍ଦୋବସ୍ତ(ଜମି) କାର୍ଯ୍ୟାଳୟର ଅମିନ ମାନସ ଦାସ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ବାରିପଦା ଭିଜିଲାନ୍ସ କାର୍ଯ୍ୟାଳୟର ଭାରପ୍ରାପ୍ତ ଡିଏସପି ଜୟନ୍ତୀ ଦଳେଇଙ୍କ ସୂଚନା ଅନୁଯାୟୀ, ରାଇରଙ୍ଗପୁରର ଚିତ୍ତରଞ୍ଜନ ମହାନ୍ତ ନିଜ ଜମିର ରେକର୍ଡ ପତ୍ର ଆବଶ୍ୟକ ପାଇଁ ବାରିପଦା ବନ୍ଦୋବସ୍ତ(ଜମି) କାର୍ଯ୍ୟାଳୟକୁ ଯାଇ ବାରମ୍ବାର ନିରାଶ ହୋଇଥିଲେ । ତେବେ ସେହି କାର୍ଯ୍ୟାଳୟର ଅମିନ ମାନସ ଦାସ ଚିତ୍ତରଞ୍ଜନଙ୍କୁ ୯ ପୃଷ୍ଠାର ରେକର୍ଡ ପାଇଁ ୬୩୦୦ଟଙ୍କା (ପ୍ରତି ପୃଷ୍ଠା ୭୦୦ଟଙ୍କା ହିସାବରେ) ଲାଞ୍ଚ ମାଗିଥିଲେ । ଏନେଇ ଚିତ୍ତରଞ୍ଜନ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ।

Article Bottom (Mobile Only)

ପୂର୍ବ ଯୋଜନା ଅନୁଯାୟୀ ସୋମବାର ପୂର୍ବାହ୍ନରେ ଚିତ୍ତରଞ୍ଜନ ମାନସଙ୍କୁ ୩୩୦୦ଟଙ୍କା ଅଗ୍ରିମ ଦେବା ସମୟରେ ଭିଜିଲାନ୍ସ ଦଳ ହାତରେ ଧରାପଡିଥିଲେ । ତାଙ୍କ ନିକଟରୁ ରସାୟନ ପ୍ରଲେପ ବୋଳା ୩୩୦୦ଟଙ୍କା ଜବତ କରାଯାଇଛି । ବାଲେଶ୍ଵର ଓ ବାରିପଦା ଭିଜିଲାନ୍ସ ଦଳ ଅଭିଯୁକ୍ତ ଅମିନଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଚଢାଉ ଜାରି ରଖିଛନ୍ତି । ଅଭିଯୁକ୍ତ ମାନସ ୨୦୦୭ମସିହାରୁ ଚାକିରୀ ଆରମ୍ଭ କରିଥିବା ବେଳେ ବାରିପଦା କାର୍ଯ୍ୟାଳୟରେ ବିବାଦୀୟ ରହିଥିଲେ । ତାଙ୍କ ନାମରେ ଏକାଧିକ ଅଭିଯୋଗ ରହିଥିବା ଜଣାପଡିଛି ।

Leave A Reply

Your email address will not be published.