ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରୀକ୍ଷା ସାରି ଫେରୁଥିବା ବେଳେ ବାଇକକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଦଶମ ଶ୍ରେଣୀ ଛାତ୍ର ସମେତ ୩ ଗୁରୁତର

କାମାକ୍ଷାନଗର:  ଆମ୍ବୁଲାନ୍ସ ଧକ୍କାରେ ଦଶମ ଶ୍ରେଣୀ ସ୍କୁଲ ଛାତ୍ରଙ୍କ ସମେତ ୩ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ମୁକ୍ତାପଶି କେନାଲ ଛକ ନିକଟରେ । ଗୁରୁତର ମାନେ ହେଲେ ପରଜଙ୍ଗ ଥାନା କଙ୍କିଳି ଗାଁର ଦଶମ ଶ୍ରେଣୀ ଛାତ୍ର ଅମିତ ଦାସ ପ୍ରଧାନ ଏବଂ ତାଙ୍କ ବାପା କ୍ଷୀରୋଦ ପ୍ରଧାନ ଓ ସହଯୋଗୀ ପବିତ୍ର ସାହୁ । ସମସ୍ତେ ଏକ ବାଇକ ଯୋଗେ ମୁକ୍ତାପଶି ପରୀକ୍ଷା କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ ଜଡ଼ାପାଳ-ବଡ଼ଝରା ରାସ୍ତାର ମୁକ୍ତାପଶି କେନାଲ ନିକଟରେ ଏକ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସଟି ରାଉରକେଲାରୁ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲକୁ ରୋଗୀ ଆଣିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ କାମାକ୍ଷାନଗର ପୁଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.