ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୌତୁକ ପାଇଁ ନବବଧୂଙ୍କୁ ହତ୍ଯା ଅଭିଯୋଗ

ନୟାଗଡ଼: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଶିମିଳିସାହି ଗାଁରେ ଅଧିକ ଯୌତୁକ ଦାବିରେ ଶାଶୁଘର ଲୋକେ ନବବଧୂଙ୍କୁ ହତ୍ୟାକରି ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି।  ଅଭିଯୋଗ ଆଣିଛନ୍ତି ନବବଧୂଙ୍କ ପରିବାର ଲୋକେ।

ଅଭିଯୋଗ ଅନୁଯାୟୀ, ଶରଣକୂଳ ଥାନା କଟରାଝରି ଗାଁର ଲିଜା ନାହାକ ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗ୍ରାମର କୃଷ୍ଣ ନାୟକଙ୍କୁ ପ୍ରାୟ ବର୍ଷେତଳେ ବିବାହ କରିଥିଲେ। ତେବେ ଦୀର୍ଘଦିନ ଧରି ଲିଜାଙ୍କୁ ପରିବାର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯାତନା ଦେଇଆସୁଥିବା ବେଳେ ଗତକାଲି ଲିଜାଙ୍କୁ ଶାଶୁଘର ଲୋକ ଏକାଠି ହତ୍ୟା କରିଥିବା ଲିଜାଙ୍କ ପରିବାର ଲୋକେ ନୟାଗଡ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଅଭିଯୋଗ ପାଇ ନୟାଗଡ଼ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଚଳାଇଛି। ସେପଟେ ଲିଜାଙ୍କ ଶାଶୁଘର ଲୋକେ ଫେରାର ହୋଇଥିବା ବେଳେ ଏବେ ପର୍ଯ୍ଯନ୍ତ ତାଙ୍କୁ ଗିରଫ କରାଯାଇପାରିନାହିଁ।

Leave A Reply

Your email address will not be published.