ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ, ମେଡିକାଲ ପରିସରରେ ଉତ୍ତେଜନା

ତୁରୁମୁଙ୍ଗା: କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ଅବହେଳା ଯୋଗୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି ।

ଅଭିଯୋଗ ଅନୁଯାୟୀ, ମୋଉଦୀପା ଗ୍ରାମର ପଙ୍କଜ ନାଏକଙ୍କ ସ୍ତ୍ରୀ ଅନୀତାଙ୍କର ରବିବାର ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ହେବାରୁ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବିଳମ୍ବିତ ରାତିରେ ପ୍ରସବ ବେଳକୁ ଡାକ୍ତରଙ୍କୁ ଡାକିବାରୁ ସେ ଆସି ନ ଥିଲେ ବୋଲି ଅଭିଯୋଗ ହୋଇଛି। ପ୍ରସୂତି ସ୍ବାସ୍ଥ୍ୟକେନ୍ଦ୍ରରେ ନବଜାତ ଶିଶପୁତ୍ରକୁ ଜନ୍ମ ଦେବା ପରେ ଶିଶୁପୁତ୍ରଟି ଆଉ କାନ୍ଦିନଥିଲା। ଏହାପରେ ବି ଡାକ୍ତର ନ ଆସିବାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ସୋମବାର ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ଡାକ୍ତର ଜଣକ ଫେରାର ହୋଇ ଯାଇଥିବା କୁହା ଯାଉଛି। ଅନ୍ୟପଟେ ମେଡିକାଲରେ ଡାକ୍ତର ନ ଥିବାରୁ ପ୍ରସୂତିଙ୍କ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରସୂତିଙ୍କୁ ଅନ୍ୟ ମେଡିକାଲକୁ ନେବାକୁ ପରିବାର ଲୋକେ ଚାହୁଁ ଥିଲେ ମଧ୍ୟ ରେଫର କରିବାକୁ ଡାକ୍ତର ନ ଥିବାରୁ ଅନ୍ୟ ମେଡିକାଲକୁ ନେଇ ନ ପାରି ଘରକୁ ନେଇଯାଇଛନ୍ତି।

Leave A Reply

Your email address will not be published.