ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁଟ୍‌କେଶ ଭିତରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା: ନିର୍ଯାତନା ଅସହ୍ୟ ହେବାରୁ ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀରେ ସୁଟକେଶରେ ଭର୍ତ୍ତି ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦାଫାସ କରିଛଇ ପୁଲିସ। ମୃତକ ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ମିଲି ହିଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଏ ନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ମିଲିଙ୍କ କହିବା ଅନୁଯାୟୀ, ସ୍ୱାମୀ ମନୋରଞ୍ଜନ ତାଙ୍କୁ ସବୁବେଳେ ମାରପିଟ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ମିଲି ଏଭଳି ପଦକ୍ଷେପ ନେଇଛନ୍ତି। ସେ ହିଁ ତାଙ୍କ ଭାଇଙ୍କ ସହାୟତାରେ ମନୋରଞ୍ଜନ ମହାପାତ୍ରଙ୍କୁ ହତ୍ୟା କରିଛନ୍ତି। ପୂର୍ବରୁ ଆଜି ଘଟଣାର ସିନ୍ ରିକ୍ରିଏସନ କରିଛି ପୁଲିସ।

ସୂଚନା ଅନୁଯାୟୀ, ରବିବାର ଦିନ ହରିପୁର ଫରେଷ୍ଟ ଜଙ୍ଗଲରେ ଏକ ସୁଟକେଶ୍‌ ପଡିଥିବାର ଦେଖିଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ନାଚୁଣୀ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଟ୍‌କେଶକୁ ଜବତ କରିଥିଲା । ସୁଟ୍‌କେସ୍‌କୁ ଯାଞ୍ଚ ବେଳେ ଜଣେ ଯୁବକଙ୍କ ମୃତଦେହ ଥିବାର ଦେଖିବାକୁ ମିଳିଛି । ଯୁବକଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ସୁଟକେଶ୍‌ ଭିତିରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଇଥିଲା।

Leave A Reply

Your email address will not be published.