ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ଯଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ଭାରୋତ୍ତୋଳନରେ ପୁଣି ସଫଳତା, ଅଚିନ୍ତା ଶୁଳି ୭୩ କିଗ୍ରା ବର୍ଗରେ ଜିିତିଲେ ସ୍ବର୍ଣ୍ଣ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣପଦକ ହାସଲ କରିଛି ଭାରତ । ଭାରୋତ୍ତଳନରେ ମିଳିଛି ଭାରତକୁ ପୁଣି ଆଉ ଏକ ସଫଳତା। ୭୩ କିଲୋଗ୍ରାମ ବର୍ଗରେ ଅଚିନ୍ତା ଶୁଳି ଏହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହାସହ ରାଜ୍ୟଗୋଷ୍ଠୀ କ୍ରୀ଼ଡାରେ ଭାରୋତ୍ତୋଳନରେ ସବୁଠାରୁ ଅଧିକ ପଦକ ହାସଲ କରିଥିବା ଦେଶ ମଧ୍ୟରେ ସାମିଲ ହୋଇପାରିଛି ଭାରତ ।

ଅଚିନ୍ତା ସ୍ନାଚରେ ୧୪୩ କେଜି ଓଜନ ଉଠାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ କରିଛନ୍ତି । ସେ କ୍ଲିନ୍ ଏଣ୍ଡ୍ ଜର୍କର ପ୍ରଥମ ଉଦ୍ୟମରେ ୧୬୬ କେଜି ଓଜନ ଉଠାଇଥିଲେ । ଦ୍ୱିତୀୟ ପ୍ରୟାସରେ ଫେଲ୍ ମାରିଥିଲେ ମଧ୍ୟ ତୃତୀୟ ପ୍ରୟାସରେ ୧୭୦ କେଜି ଉଠାଇବାରେ ସକ୍ଷମ ହୋଇଥିଲେ। ଫଳରେ ମୋଟ ୩୧୩ କେଜି ଓଜନ ଉଠାଇ ଏହି ମେଡାଲ ହାସଲ କରିବାରେ ସଫଳ ହୋଇଛନ୍ତି ଅଚିନ୍ତା ଶୁଳି।

ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାତର  ପଦକ ସଂଖ୍ଯା ୬କୁ ବୃଦ୍ଧି ପାଇଛି। ଏହି ସମସ୍ତ ୬ଟି ମେଡାଲ ଭାରୋତ୍ତଳନରେ ହିଁ ମିଳିଛି । ଅଚିନ୍ତା ଶୂଳିଙ୍କ ପୂର୍ବରୁ ମୀରାବାଇ ଚାନୁ ଏବଂ ଜେରେମି ଲାଲରିନୁଂଗା ଭାରୋତ୍ତୋଳନରେ ଦେଶ ପାଇ ସ୍ୱର୍ଣ୍ଣ ଜିତିଛନ୍ତି । ସଂକେତ ମହାଦେବ ସରଗର ଏବଂ ବିନ୍ଦିଆଦେବୀ ରାଣୀ ରୌପ୍ୟ ପଦକ ଜିତିଛନ୍ତି । ଗୁରୁରାଜ ପୂଜାରୀ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଭାରତକୁ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଚ ପଦକ ମିଳିଛି ।

Leave A Reply

Your email address will not be published.