ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ : ବ୍ୟାଡମିଣ୍ଟନ ସିଙ୍ଗଲରେ ସ୍ୱର୍ଣ୍ଣପଦକ ଜିତିଲେ ଲକ୍ଷ୍ୟ ସେନ୍

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣପଦକ ମିଳିଛି। ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ଲକ୍ଷ୍ୟ ସେନ୍ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ସିଙ୍ଗଲସ ଫାଇନାଲରେ ଜିତାପଟ ହାସଲ କରିବା ସହିତ ସୁନା ପଦକ ହାତେଇଛନ୍ତି । ସୋମବାର ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି।ଲକ୍ଷ୍ୟ ସେନ୍ ପୁରୁଷ ସିଙ୍ଗଲସ ଫାଇନାଲରେ ଜିତିବା ସହ ଭାରତ ପାଇଁ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି।

ଆଜି ପୁରୁଷ ସିଙ୍ଗଲସ ବ୍ୟାଡମିଣ୍ଟନ ଫାଇନାଲରେ ପ୍ରଥମ ଗେମ୍ ହାରିଯାଇଥିଲେ ଲକ୍ଷ୍ୟ। ଏପରିକି ୨ୟ ଗେମରେ ବି ସେ ପ୍ରଥମରୁ ପଛୁଆ ଥିଲେ । ତେବେ ଲଗାତାର ୧୩ଟି ପଏଣ୍ଟ ହାସଲ କରି ସେ ଏହାକୁ ୨୧-୯ରେ ଜିତିନେଇଥିଲେ । ୩ୟ ଗେମରେ ଲକ୍ଷ୍ୟ ନିଜର ବିଜୟ ଧାରାକୁ ଜାରି ରଖିଥିଲେ ଓ ୨୧-୧୬ରେ ଜିତିଯାଇଥିଲେ । ଫଳରେ ଫାଇନାଲ ମ୍ୟାଚକୁ ସେ ୧୯-୨୧,୨୧-୯ ଓ ୨୧-୧୬ରେ ବିଜୟୀ ହୋଇ ସ୍ବର୍ଣ୍ଣ ହାତେଇଥିଲେ । ମାଲେସିଆ ଖେଳାଳିଙ୍କୁ ହରାଇ ଲକ୍ଷ୍ୟ ସେନ୍ ଏହି ସଫଳତା ହାସଲ କରିଛନ୍ତି । ଏଥିସହିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଏପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ମୋଟ ୨୦ଟି ସୁନାପଦକ ଜିତିଥିବାବେଳେ, ୧୫ଟି ରୌପ୍ୟ ପଦକ ଓ ୨୨ଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟଗୋଷ୍ଠୀ କ୍ରୀଡାର ସିଙ୍ଗଲ୍ସ ବର୍ଗରେ ଲକ୍ଷ୍ୟ ସେନଙ୍କର ଏହା ପ୍ରଥମ ମେଡାଲ । ବିଶ୍ୱର ୧୦ ନମ୍ବର ସଟଲର କମନୱେଲଥରେ ଏହା ଦ୍ୱିତୀୟ ପଦକ । ସେ ମିକ୍ସଡ୍ ଡବଲ ଇଭେଣ୍ଟରେ ମଧ୍ୟ ରୌପ୍ୟ ପଦକ ଜିତିସାରିଛନ୍ତି । ଆଉ ଏବେ ସେ ସ୍ୱର୍ଣ୍ଣପଦକ ଜିତିବା ସହିତ ଇତିହାସ ରଚିଛନ୍ତି ।ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଲକ୍ଷ୍ୟଙ୍କ ପୂର୍ବରୁ ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ ଭାରତ ପାଇଁ ସ୍ୱର୍ଣ୍ଣ ଜିତି ଛନ୍ତି। ସେ କାନାଡାର ମିଚେଲ ଲିଙ୍କୁ ୨-୦ରେ ପରାସ୍ତ କରି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନରେ ଇଭେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

Leave A Reply

Your email address will not be published.