ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ବେତନଟୀ: ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅନ୍ତର୍ଗତ ସ୍ଥାନୀୟ କୋର୍ଟଛକ ସ୍ଥିତ କେରକସାହି ଗ୍ରାମର ଏକ ପୋଖରୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଇନ୍ଦିରାନଗର ଅଞ୍ଚଳର ମଦନମୋହନ ମୁର୍ମୁଙ୍କ ପୁଅ ଦିଲ୍ଲୀପ(୧୮) ।

ସୂଚନା ମୁତାବକ, ଦିଲ୍ଲୀପ ନିଜର କିଛି ସାଙ୍ଗମାନଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ପୋଖରୀ ହୁଡାରୁ କ୍ରମାନ୍ୱୟରେ ସାଙ୍ଗମାନେ ଲମ୍ଫ ପ୍ରଦାନ କରୁଥିଲେ। ତେବେ ଦିଲ୍ଲୀପ ପାଣି ଭିତରକୁ ଲମ୍ଫ ପ୍ରଦାନକ ରିବାପରେ ଆଉ ଉପରକୁ ଉଠି ନ ଥିଲେ। ଏଥିରେ ସାଙ୍ଗମାନେ ଭୟଭୀତ ହୋଇପଡିଥିବା ବେଳେ ସ୍ଥାନୀୟଲୋକେ ବେତନଟୀ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଦିଲ୍ଲୀପଙ୍କୁ ପାଣିଭିତରୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତି କରିବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବେତନଟୀ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଛେଦ କରାଇଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.