ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାମିଲନାଡୁରୁ ଅସୁସ୍ଥ ପୁଅକୁ ଉଦ୍ଧାର କରିବାକୁ ମା’ର ଆକୁଳ ନିବେଦନ

ମହାକାଳପଡା: ପାଖରୁ ପଇସା ସରିଗଲାଣି, ଦେହ ମୋର ଭଲ ହେଉନାହିଁ ମାସେ ହେବ ଚିକିତ୍ସିତ ହେଉଛି, ପାଖରେ ମୋର ଜଣେ ସାଙ୍ଗ ନିଜ କାମ ବନ୍ଦ କରି ସେବା  କରୁଛି ତଥାପି ଦେହ ଭଲ ହେଉନି ମୋତେ ଉଦ୍ଧାର କରିନେଇଯା ବୋଉ , ମୁଁ ଆଉ ସହିପାରୁନି ବଂଚିବିକି ନାହିଁ ଜାଣିପାରୁନି। ସୁଦୂର ତାମିଲନାଡୁରୁ ମହାକାଳପଡା ଅରୁଣନଗର ରଙ୍ଗବତୀ ମଲିକଙ୍କ ନିକଟକୁ କୋହଭରା କଣ୍ଠରେ ଫୋନ କରି କହିଛି ପୁଅ ସୁବାସ ମଲିକ(୩୫) । ତେଣୁ ଅସୁସ୍ଥ ପୁଅକୁ ତାମିଲନାଡୁରୁ ଉଦ୍ଧାର କରି ଓଡିଶାରେ ଚିକିତ୍ସା କରିବା ପାଇଁ ଆକୁଳ ନିବେଦନ କରିଛି ମାଆ ରଙ୍ଗଲତା।

ତାମିଲନାଡୁ କୋଏମ୍ବାଟୁରର ସୂତାକଳରେ କାମ କରିବାକୁ ୫ ବର୍ଷ ତଳେ ଯାଇଥିବା ପୁଅ ମାସେ ହେବ ଟିବି ଓ ଅସ୍ଥାମା ଜ୍ୱରରେ ଗୁରୁତର ଭାବେ ପିଡିତ ହୋଇ ମେଡିକାଲରେ ଭର୍ତି ହୋଇଛି । ପ୍ରଥମେ ପ୍ରଥମେ ଦୁଇ ତିନି ଦିନ ଜ୍ୱର ହେଉଥିଲା ସାମାନ୍ୟ ଚିକିତ୍ସା ପରେ ସୁସ୍ଥ ହୋଇଯାଉଥିଲା ।ପ୍ରାୟ ମାସେ ହେବ ଗୁରୁତର ଭାବରେ ଅସୁସ୍ଥ ହୋଇ କୋଏମ୍ବାଟୁରରେ ଏକ ମେଡିକାଲରେ ଭର୍ତି ହୋଇଥିଲା ସୁବାସ । ଅଳ୍ପ ଦିନ ମଧ୍ୟରେ ସୁସ୍ଥ ହୋଇଯିବ ବୋଲି ଭାବି ଘରକୁ ଖବର ଦେଉ ନ ଥିଲା କିନ୍ତୁ ଅଧିକ ଦିନ ଅସୁସ୍ଥ ହେବାରୁ ଏବଂ ଅଧିକ ଖର୍ଚ୍ଚ ଆବଶ୍ୟକ ହେବାରୁ ଘରେ ରହୁଥିବା ମାଆ ପାଖକୁ ଫୋନ କରିଥିଲା ପୁଅ ସୁବାସ । ସେହି ସହରର ଆଉ ଏକ ବଡ ମେଡିକାଲକୁ ଶୁକ୍ରବାର ସ୍ଥାନାନ୍ତର ହୋଇଥିବା ସୁବାସଙ୍କ ବଡ ଭାଇ ଶ୍ରୀବତ୍ସ ମଲିକ ଆମ ପ୍ରତିନିଧିଙ୍କୁ କହିଛନ୍ତି । ୭/୮ ବର୍ଷ ପୂର୍ବେ ରଙ୍ଗଲତାର ଆଉ ଏକ ପୁଅ ତାମିଲନାଡୁରେ ଗାଡି ଚଳାଇବାକୁ ଯାଇଥିଲା । ଏହି ଭଳି ଜ୍ୱରରେ ପିଡିତ ହେବା ପରେ ମୃତ୍ୟୁବରଣ କରିଥିଲା । ତେଣୁ ଅଧିକ ଭୟଭିତ ହୋଇ ମାଆ ତାର ପୁଅକୁ ଉଦ୍ଧାର କରିବା ପାଇଁ ନିବେଦନ କରିଛି । ମହାକାଳପଡା ବ୍ଲକ ମଙ୍ଗଳପୁରରେ ଏକ କାର୍ଯ୍ଯକ୍ରମରେ ସ୍ଥାନୀୟ ବିଧାୟକ ଯୋଗ ଦେଇଥିବା ବେଳେ ତାଙ୍କୁ ରଙ୍ଗବତୀ ଜଣାଇଛନ୍ତି । ପୁଅର ସଠିକ ଠିକଣା ଏବଂ ଯୋଗାଯୋଗ ନମ୍ବର ଦେଲେ ତାଙ୍କୁ ଉଦ୍ଧାର କରିବାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.