ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୟାବହ ଅଗ୍ନିକାଣ୍ଡ: ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ୧୩ ପରିବାରର ୨୦ ବଖରା ଘର ପୋଡି ପାଉଁଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣୀପଲ୍ଲୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ୧୩ ପରିବାରର ପ୍ରାୟ ୨୦ ବଖରା ଘର ପୋଡି ପାଉଁଶ ହେଇଯାଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ୨୦ରୁ ଉର୍ଦ୍ଧ୍ବ ଘର ହୁତୁ ହୁତୁ ହୋଇ ଜଳି ଯାଇଥିଲା । ନିଆଁ ଲାଗିବା ସମୟରେ ଘରେ ଭିତରେ ଥିବା ଜଣେ ଲୋକଙ୍କୁ ଗାଁ ଲୋକ ଉଦ୍ଧାର କରିଥିଲେ । ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ଖବାର ପାଇ ଘଟଣା ସ୍ଥଳରେ କୋଦଳା ଓ ଖଲ୍ଲିକୋଟର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୪ ଘଣ୍ଟାର ପରେରେ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ ଦମକଳ ବାହିନୀ ।

Leave A Reply

Your email address will not be published.