ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ୧୩୨ତମ ସ୍ଥାନକୁ ଖସିଲା ଭାରତ

ନ୍ୟୁୟର୍କ : ହ୍ୟୁମାନ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସ ଅର୍ଥାତ୍‌ ମାନବ ବିକାଶ ସୂଚକାଙ୍କ (ଏଚ୍‌ଡିଆଇ)ରେ ଭାରତ ଶ୍ରୀଲଙ୍କା ଏବଂ ବାଂଲାଦେଶ ତଳେ ରହିଛି। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭାରତ ଗୋଟିଏ ସ୍ଥାନ ମଧ୍ୟ ତଳକୁ ଖସିଛି। ୟୁନାଇଟେଡ ନେସନ୍ସ ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଡିପି)ର ଗୁରୁବାର ୨୦୨୧ର ରିପୋର୍ଟ ଜାରି କରିଛି। ୧୯୨ ଦେଶର ଏହି ତାଲିକାରେ ଭାରତ ୧୩୨ତମ ସ୍ଥାନରେ ରହିଛି। ୨୦୨୦ରେ ୧୮୯ ଦେଶ ମଧ୍ୟରେ ଭାରତ ୧୩୧ ତମ ସ୍ଥାନରେ ଥିଲା।

ରିପୋର୍ଟ ଅନୁଯାୟୀ ଭାରତ ନିଜ ପଡ଼ୋଶୀ ଦେଶ ଶ୍ରୀଲଙ୍କା (୭୩), ଚୀନ (୭୯), ବାଂଲାଦେଶ ୧୨୯) ଏବଂ ଭୂଟାନ (୧୨୭)ଠୁ ପଛରେ ରହିଛି। ସେହିପରି ପାକିସ୍ତାନ ୧୬୧ ତମ, ନେପାଳ ୧୪୩ ତମ ଏବଂ ମ୍ୟାନ୍‌ମାର ୧୪୯ତମ ସ୍ଥାନରେ ରହିଛି। ଏହି ତାଲିକାରେ ସ୍ବିଜରଲାଣ୍ଡ ପ୍ରଥମ, ନରୱେ ଦ୍ବିତୀୟ ଏବଂ ଆଇସଲାଣ୍ଡ ତୃତୀୟ ସ୍ଥାନରେ ରହିଛି। ସବୁଠାରୁ ତଳେ ଦକ୍ଷିଣ ସୁଦାନ, ଚେଡ୍‌ ଏବଂ ନାଇଜର ଅଛି। ୧୯୯୦ରୁ ଭାରତ ଏଚ୍‌ଡିଆଇ ବଢ଼ିବାରେ ଲାଗିଛି। ୨୦୨୦ରେ ୦.୦୦୩ ପଏଣ୍ଟ ଏବଂ ୨୦୨୧ରେ ୦.୦୦୩ ପଏଣ୍ଟ ହ୍ରାସ ପାଇଛି। ଜୀବନ କାଳ ହ୍ରାସ ପାଇବା ଏହାର ମୁଖ୍ୟ କାରଣ।

ଭାରତର ଆୟୁ ସୀମା ଏବେ ୭୦ରୁ ହ୍ରାସ ପାଇଁ ୬୭ ହୋଇଯାଇଛି। ୨୦୨୦ ତୁଳନାରେ ୨୦୨୧ ଦେଶରେ ଲିଙ୍ଗଗତ ସମାନତା ବୃଦ୍ଧି ପାଇଛି। ମହିଳା ଅଧିକାର ଏବଂ ଆଇନଗତ ଅଧିକାରରେ ଭାରତ ଭଲ ପ୍ରଦର୍ଶନ କରିଛି। କରୋନା ଯୋଗୁଁ ଭାରତର ଏଚ୍‌ଡିଆଇ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ କରୋନା ଏଚ୍‌ଡିଆଇକୁ ୫ ବର୍ଷ ପଛକୁ ନେଇଯାଇଛି।

Leave A Reply

Your email address will not be published.