ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘରେ ପଶି ଠିକାଦାରଙ୍କ ଆକ୍ରମଣ, ଘଟଣାକୁ ଠିକାଦାର ସଂଘର ନିନ୍ଦା

ଫୁଲବାଣୀ : ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜନୈକ ଠିକାଦାର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି ଅଧୀକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରାୟ। ଅଭିଯୋଗ ପ୍ରକାରେ, ମଙ୍ଗଳବାର ରାତି ପ୍ରାୟ ବେଳେ ୧୦.୩୦ ବେଳେ ଜନୈକ ଠିକାଦାର ସୂର୍ଯ୍ୟକାନ୍ତ ପଟ୍ଟନାୟକ ୩/୪ ଜଣଙ୍କ ସହ ମିଶି ଅଧୀକ୍ଷଣ ଯନ୍ତ୍ରୀ ସାମନ୍ତରାୟଙ୍କ ସରକାରୀ ବାସଭବନରେ ପଶି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ। ପାଖରେ ଥିବା ଫିରିଙ୍ଗିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ଶାନ୍ତନୁ କୁମାର ସ୍ବାଇଁ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସଂପୃକ୍ତ ଠିକାଦାର ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଆଜି ଏ ନେଇ ଉଭୟ ଅଧୀକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଟାଉନ ଥାନାରେ ପୃଥକ ଏତଲା ଦେଇଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଯନ୍ତ୍ରୀ ମାନଙ୍କ ଉପରେ ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଉଦବେଗ ପ୍ରକାଶ କରିଛି ସଂଘ। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରା ନ ଗଲେ ଠିକାଦାର ସଂଘ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଭାପତି ଅଭୟ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଏ ନେଇ ଟାଉନ ଥାନାରେ ଦୁଇଟି ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୂ କହିଛନ୍ତି। ସୃଚନାଯୋଗ୍ୟ, କିଛି ଦିନ ତଳେ ମଧ୍ୟ ଜଣେ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇ ଥିବା ବେଳେ ପୁଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ପାରି ନାହିଁ।

Leave A Reply

Your email address will not be published.