ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବର ଓ ପୁରୀରେ ଦୁଃସାହସିକ ଉଡାଣ କୈାଶଳ ପ୍ରଦର୍ଶନ କରିବେ ସୂର୍ଯ୍ୟକିରଣ ବିମାନ ବାହିନୀ

ଭୁବନେଶ୍ବର : ଚଳିତ ମାସରେ ଭୁବନେଶ୍ବର ଓ ପୁରୀରେ ଦୁଃସାହସିକ ଉଡାଣ କୈାଶଳ ପ୍ରଦର୍ଶନ କରିବେ ଭାରତୀୟ ବିମାନ ବାହିନୀ ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ସ ଟିମ୍‌। ସେପ୍ଟେମ୍ବର ୧୬ରେ ଭୁବନେଶ୍ବର ଏବଂ ସେପ୍ଟେମ୍ବର ୧୮ରେ ପୁରୀଠାରେ ନିଜର ଦକ୍ଷତା ପ୍ରଦର୍ଶନ କରିବେ ସୂର୍ଯ୍ୟକିରଣ ଏରୋବ୍ୟାଟିକ୍ସ ଟିମ୍‌।

ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ରୋବ୍ୟାଟିକ୍ସ ଟିମ୍‌ ଏୟାର ଶୋ ସେପ୍ଟେମ୍ବର ୧୬ରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ କରିବାକୁ ଯାଉଥିବା ବେଳେ ସେପ୍ଟେମ୍ବର ୧୮ରେ ପୁରୀରେ ରାଜଭବନ ପାଖ ବେଳାଭୂମି ଉପରେ କରାଯିବ। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଏହା ପୂର୍ବରୁ ୨୦୧୬ ମସିହାରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଶୋ କରାଯାଇଥିଲା। କଟକ ଗଣକବି ବୈଷ୍ଣବ ପାଣି ପାର୍କ ଖାନନଗର ଠାରେ ଏହି କୈାଶଳ ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଉପସ୍ଥିତ ରହିବା ସହ ପ୍ରାୟ ୧୦ ହଜାରର ଅଧିକ ଦର୍ଶକ ଭାରତୀୟ ବାୟୁସେନାର ବିମାନ ବାହିନୀର ଆକାଶଗଙ୍ଗା, ସୂର୍ଯ୍ୟକିରଣ ଓ ସାରଙ୍ଗର ଉଡାଣ କୈାଶଳ ଦେଖିଥିଲେ।

Leave A Reply

Your email address will not be published.