ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି କର୍ମୀଙ୍କୁ କେଜ୍ରିୱାଲଙ୍କ ଅନୁରୋଧ : ଆମ ପାଇଁ ଭିତିରିଆ କାମ କର, ବିଜେପି ଠୁ ପେମେଣ୍ଟ ନିଅ

ଅହମ୍ମଦାବାଦ: ଆଉ କିଛି ଦିନ ପରେ ଗୁଜୁରାଟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଦିଲ୍ଲୀ ଓ ପଞ୍ଜାବ ପରେ ଏଥର ଆମ୍ ଆଦମୀ ପାର୍ଟି (ଆପ୍)ର ଟାର୍ଗେଟରେ ରହିଛି ଗୁଜୁରାଟ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ସଭା କରିବାରେ ଲାଗିଛି ଆପ୍। ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଘନ ଘନ ଗସ୍ତ କରୁଥିବା ଆପ୍ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇଥିଲେ । ଏହି ଅବସରେ ବିଜେପି କର୍ମୀମାନଙ୍କୁ ଆପ ପାଇଁ ଭିତରେ ଭିତରେ କାମ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବିଜେପି ନଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ।


ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ବିଜେପି ପାଖରୁ ପଇସା ନିଅନ୍ତୁ, କିନ୍ତୁ ଆପ ପାଇଁ କାମ କରିବାକୁ କେଜ୍ରିୱାଲ ଅନୁରୋଧ କରିଥିଲେ। ଆପ୍‌ ପକ୍ଷରୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଛି ତାହା ବିଜେପି କର୍ମୀମାନଙ୍କୁ ମିଳିବ। ଯେତେବେଳେ ଆପ ‌ଏଠାରେ କ୍ଷମତାକୁ ଆସିବ ସବୁ ସୁବିଧା ମିଳିବ ବୋଲି କେଜ୍ରିୱାଲ ପ୍ରତିଶ୍ରୁତି ଦେଇଛନ୍ତି।

କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି “ ଆମେ ବିଜେପି ନେତାଙ୍କୁ ଚାହୁଁ ନାହୁଁ। ବିଜେପି ନିଜ ନେତାଙ୍କୁ ନିଜ ପାଖରେ ରଖୁ। ବିଜେପି ପନ୍ନା ପ୍ରମୁଖ, ଗ୍ରାମୀଣ କାର୍ଯ୍ୟକର୍ତ୍ତା ଉଭୟ ଆମ ସହ ସାମିଲ ହେଉଛନ୍ତି। ମୁଁ ସେମାନଙ୍କୁ ପଚାରିବାକୁ ଚାହୁଁଛି ସେମାନଙ୍କ ଦଳର ରହିବାର ଅନେକ ବର୍ଷ ହେଲା ବିଜେପି ତାଙ୍କୁ କଣ ଦେଇଛି? ତୁମେ(ବିଜେପି କର୍ମୀ) ସେହି ପାର୍ଟିରେ ଥାଅ ହେଲେ ଆପ୍ ପାଇଁ କାମ କର। ଆମ ପାଖରେ ଟଙ୍କା ନାହିଁ । ତେଣୁ ତୁମେ ବିଜେପିରୁ ପେମେଣ୍ଟ ନିଅ କିନ୍ତ ଆମ ପାଇ କାମ କର।”


ତେବେ ଗୁଜୁରାଟରେ ମଧ୍ୟ ଦିଲ୍ଲୀର ଶିକ୍ଷା ମଡେଲ୍ ଭଳି ଶିକ୍ଷା ବ୍ୟବସ୍ଥା କରିବା ସହ ମାଗଣା ଇଲେକ୍ଟ୍ରିକ୍‌ ବିଲ୍ ଦେବାକୁ କେଜରିୱାଲ୍ ଘୋଷଣା କରିଛନ୍ତି। ତା ଛଡ଼ା ବିଜେପି ତା କର୍ମୀମାନଙ୍କୁ ଯାହା ଦେଇ ନାହିଁ ଯଥା ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟସେବା ଓ ମାଗଣା ବିଦ୍ୟୁତ୍ ସେବା ଆଦି ଆପ୍‌ କିନ୍ତୁ ତାହା ଯୋଗାଇ ଦେବ ବୋଲି କେଜରିୱାଲ୍ କହିଛନ୍ତି।

Leave A Reply

Your email address will not be published.