ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟରେ ଓଏଏସ ସ୍ତରରେ ଅଦଳବଦଳ କରାଯାଇଛି। ରାଜ୍ୟ ସରକାର ୧୧ ଜଣ ଓଏଏସଙ୍କୁ ବଦଳି କରିଛନ୍ତି। ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ଅତିରିକ୍ତ କମିଶନର , ବ୍ରହ୍ମପୁରରୁ ଭୁବନେଶ୍ୱରର କନସୋଲିଡେସନ ଆଣ୍ଡ ସେଟେଲମେଣ୍ଟର କମିଶନର ଭାବେ ବଦଳି କରାଯାଇଛି । ସେହିପରି ବ୍ରଜ ଗୋପାଳ ଆଚାର୍ଯ୍ୟଙ୍କୁ ଓଏସଆରଟିସିରୁ ଏଫଆଣ୍ଡ ଏଆରଡି ବିଭାଗକୁ ବଦଳି, ଆରାଧନା ଦାସ ଙ୍କୁ ଓଡିଶା ଷ୍ଟେଟ ହାଉସିଂ ବୋର୍ଡ ଭୁବନେଶ୍ୱରରୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି।

ସେହିପରି ସ୍ମିତା ବିଶ୍ୱାଳଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗର ଅତିରିକ୍ତ ସଚିବରୁ ବୋର୍ଡ ଅଫ ରେଭିନ୍ୟୁର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ବିଶିକେସନ ଦେହୁରୀଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ   ବିଭାଗର ଅତିରିକ୍ତ ସଚିବରୁ , ରାଜ୍ୟ ସଡକ ପରିବହନ ନିଗମକୁ ବଦଳି , ରଶ୍ମିତୀ ରାଣୀ ତରସିଆଙ୍କୁ ଅତିରିକ୍ତ ଉପଜିଲ୍ଲାପାଳ ଖୋର୍ଦ୍ଧାରୁ ଓଡିଶା ଷ୍ଟେଟ ହାଉସିଂ ବୋର୍ଡ ଭୁବନେଶ୍ୱରକୁ ବଦଳି କରାଯାଇଛି।

ଅନ୍ରପଟେ ଲଲତ କୁମାର ଲୁହାଙ୍କୁ ଆଇଟିଡିଏ ସୁନ୍ଦରଗଡରୁ ବରଗଡର ଉପଜିଲ୍ଲାପାଳ ଭାବେ ବଦଳି , ଅଭିମନ୍ୟୁ ମାଝିଙ୍କୁ ଆଇଟିଡିଏ ନବରଙ୍ଗପୁରରୁ ଉପଜିଲ୍ଲାପାଳ ପୋନପୋଷକୁ ବଦଳି, ଅକ୍ଷୟ କୁମାର ରାଉତଙ୍କୁ ବିଡିଓ ଟାଙ୍ଗୀ, ଖୋର୍ଦ୍ଧାରୁ ଉପଜିଲ୍ଲାପାଳ ଖୋର୍ଦ୍ଧାକୁ ବଦଳି , ସୁଶାନ୍ତ କୁମାର ବାରିକଙ୍କୁ ବିଡିଓ ସୋରୋରୁ ଡିଆରଡିଏ ମୟୁରଭଂଜକୁ ବଦଳି , ବେଣୁଧର ସବରଙ୍କୁ ବିଡିଏ ରାମନାଗୁଡାରୁ ଆଇଟିଡିଏ ନବରଙ୍ଗପୁରକୁ ବଦଳି କରାଯାଇଛି ।

Leave A Reply

Your email address will not be published.