ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ, ଭୋର ୪ଟା ସୁଦ୍ଧା ସରିବ ବିବାହ

ଭୁବନେଶ୍ବର : ଆସନ୍ତା ଜୁନ ୫ ତାରିଖ ରେ ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ପାଳିତ ହେବ । ଯାତ୍ରାକୁ ଶୃଙ୍ଖଳିତ ଓ ଯଥା ରୀତି ନୀତି ସହ ପାଳନ କରିବା ପାଇଁ ମନ୍ଦିର ପ୍ରଶାସକ ବିଭିନ୍ନ ନିଯୋଗ ସହ ଏକ ବୈଠକ ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବୈଠକରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ଏଜ୍‌କ୍ୟୁଟିଭ୍ ଅଫିସର ଭବାନୀ ପ୍ରସାଦ ମିଶ୍ର, ବିଧାୟକ ସୁର ରାଉତରାୟଙ୍କ ସମେତ ସବୁ ନିଯୋଗମାନଙ୍କ ସହ ବୈଠକ ହୋଇ ସମସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି। କିନ୍ତୁ ଏଥିରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗ ଦେଇନଥିଲେ। ବୈଠକର ନିଷ୍ପତି କ୍ରମେ ଆସନ୍ତା ଜୁନ ୪ ତାରିଖରେ ଶିବ -ପାର୍ବତୀ (ଦେବ ଦଂପତି) ବିବାହ ଅନୁଷ୍ଠିତ ହେବ। ସକାଳ ୬.୩୦ ରେ ମଙ୍ଗଳ ଆଳତି ଆଉ ତାପରେ ୬.୩୦ ରୁ ୯.୩୦ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସାହାଣମେଲା ରହିବ।

ଜୁନ ୪ ତାରିଖ ସକାଳୁ ୫ ତାରିଖ ରାତ୍ରି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ପାଇଁ ନୀତି ନିର୍ଘଣ୍ଟ କରିଛି ମନ୍ଦିର ପ୍ରଶାସନ । ୪ ତାରିଖ ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସକାଳ ସାଢେ଼ ୬ ଟା ରେ ଅନୁଷ୍ଠିତ ହେବ। ଶାହାଣମେଳା ଦର୍ଶନ ସାଢ଼େ ୬ ଟାରୁ ସାଢ଼େ ୯ଟା, ମହାସ୍ନାନ ସକାଳ ୧୦ ଟା ,ସୂର୍ଯ୍ୟପୂଜା,ଦ୍ଵାରପାଳ ପୂଜା,ବଲ୍ଲଭ,ଠାକୁରାଣୀ ବଲ୍ଲଭ ୧୦ଟା ୨୦ ରୁ ୧୧ ଘଟିକା,ସକାଳ ଧୂପ ୧୧ ଟା ରୁ ୧୨ଟା ୩୦ ପରେ ଅପରାହ୍ନ ୩ଟା ଯାଏ ସାହାଣ ମେଳା ଦର୍ଶନ ରହିଛି । ଏହା ପରେ ସନ୍ଧ୍ୟା ଧୂପ। ଏହାସହ ଠାକୁର ବିଜେ ସାନ୍ଧ୍ୟ ସାଢ଼େ ୬ ଟାରୁ ରହିଛି । ରାତ୍ର ୮ ଘଟିକାରେ ଶ୍ରୀ କପିଳନାଥ ବିଜେ ହେବା ପରେ ରାତ୍ର ୧୧ ଘଟିକା ରେ ବାରାନୁଗମନ୍ କାର୍ଯକ୍ରମ ରହିଛି । ରାତ୍ର ୧୨ ଘଟିକା ରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ମହାପ୍ରଭୁ ଲିଙ୍ଗରାଜଙ୍କର ବିଭିନ୍ନ ରୀତିନୀତି ପରେ ରାତି ୧୨.୩୦ ରୁ ଭୋର ୪ ଟା ମଧ୍ୟରେ ବିବାହ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ପ୍ରଶାସନ କାର୍ୟ୍ୟନିର୍ବାହୀ ଅଧିକାରୀ ଭାବନି ପ୍ରସାଦ ମିଶ୍ର ।  ସେହିପରି ୫ ତାରିଖ ସକାଳେ ଫେରନ୍ତା ରୋଷଣୀ ସହ ମନ୍ଦିର ରେ ବିଭିନ୍ନ ରୀତି ନୀତି ମଧ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ କରାଯିବ ।

ଅନ୍ୟପଟେ ଜମିଜମା ସଂକ୍ରାନ୍ତୀୟ ଦାବି ପୂରଣ ହୋଇ ନଥିବାରୁ  ଆଜିର ବୈଠକରେ ସୁଆର ସେବକ ଏବଂ ପୂଜାପଣ୍ଡା ସେବାୟତ ଯୋଗଦେଇ ନଥିଲେ। । ତେବେ ସେମାନଙ୍କୁ ମନ୍ଦିର ପ୍ରଶାସନ ଶ୍ରୀଜୀଉଙ୍କ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ଯାହା ଦାବି ରହିଛି ତାହା ଉପରେ ଟ୍ରଷ୍ଟ ବୋର୍ଡରେ ସମାଧାନ କରାଯିବ ବୋଲି ମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.