ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ଯ ହରାଇ ଗଛରେ ପିଟିହେଲ‍ା ସ୍କୁଟି, ଜଣେ ମୃତ

ଛେଣ୍ଡିପଦା: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଲିପଟା ଗ୍ରାମ ପଞ୍ଚାୟତ ହଟିଆନାଳି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଟି ଗଛରେ ପିଟି ହୋଇଛି। ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ସ୍କୁଟି ଚାଳକ ଜଣଙ୍କ ହେଉଛନ୍ତି ଛେଣ୍ଡିପଦା ଥାନା ଡେଉଁରିଆଝରଣ ଗ୍ରାମର ଶରତ ବେହେରାଙ୍କ ପୁଅ ଲିକୁନ ବେହେରା ।

ଘଟଣାରୁ ପ୍ରକାଶ ଯେ,  ଲିକୁନ ଆଜି ବାଲିପଟା ଗ୍ରାମ ପଂଚାୟତର ହଟିଆନାଳି ଗ୍ରାମରେ ଥିବା ମାମୁଁଘରକୁ ବିବାହ କାର୍ଯ୍ଯରେ ଯୋଗ ଦେବା ପାଇଁ ଆସିଥିଲା। କୌଣସି କାମରେ ବାଲିପଟା ବଜାରକୁ ଆସି ମାମୁଁ ଘରକୁ ଫେରୁଥିବା ବେଳେ ହଟିଆନାଳି ଗ୍ରାମ ନିକଟସ୍ଥ ରାସ୍ତା ପାର୍ଶ୍ବରେ ଥିବା ଏକ ଗଛରେ ସ୍କୁଟିଟି ଭାରସାମ୍ୟ ହରାଇ ବାଡେଇ ହୋଇଯାଇଥିଲ‍ । ଫଳରେ ଘଟଣାସ୍ଥଳରେ ସ୍କୁଟି ଚାଳକ ଲିକୁନ ବେହେରାଙ୍କର ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକମାନେ ଛେଣ୍ଡିପଦା ଥାନାକୁ ଖବର ଦେଇଥିଲେ। ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଦୁର୍ଘଟଣା ଗସ୍ତ ସ୍କୁଟିକୁ ଜବତ କରିଥିବା ବେଳ ଶବକୁ ବ୍ୟବଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଏ ନେଇ ପୁଲିସ ଦୁର୍ଘଟଣା ଜନିତ ଏକ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଥିବା ପୁଲିସ ପ୍ରକାଶ କରିଛି ।

Leave A Reply

Your email address will not be published.