ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଫିନାଇନ ମିଶା ଡାଲି ଖାଇ ୬ଛାତ୍ରୀ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ରୂପସାସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ କଲେଜର ହଷ୍ଟେଲରେ ଛାତ୍ରୀଙ୍କୁ ବିଷାକ୍ତ ଖାଦ୍ୟ ଖାଇବାକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଖାଦ୍ୟ ଖାଇବା ପରେ ୬ ଜଣ ଛାତ୍ରଛାତ୍ରୀ ଗୁତୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଯୋଗେନ୍ଦ୍ର ଆଞ୍ଚଳିକ କଲେଜର ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଖାଇସାରିବା ପରେ କିଛି ପିଲାଙ୍କର ମୁଣ୍ଡ ବୁଲାଇଥିଲା। ଅନ୍ୟ କିଛି ପିଲା ବାନ୍ତି କରିଥିଲେ। ଫଳରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ରୂପସାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ୨ ଜଣ ଛାତ୍ରଛାତ୍ରୀ ଗୁରୁତର ଥିବାରୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହାବିଦ୍ୟାଳୟର ରୋଷେୟା ଭୁଲରେ ଫିନାଇଲ ପକେଇ ଦେଇଥିବା ଅଭିଯୋଗ ହୋଇଛି।

 

Leave A Reply

Your email address will not be published.