ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାଶୀନଗରରେ ଅଜଣା ଜନ୍ତୁ ଆକ୍ରମଣରେ ୬୩ଟି ଛେଳି ମୃତ, ୨୮ ଆହତ

ଗଜପତି: ଗଜପତି ଜିଲ୍ଲା କାଶୀନଗର ଥାନା କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ । ଗାଁର ଏକ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୬୩ ଛେଳିର ମୃତ୍ୟୁ ହୋଇଥିବା ବେଳେ ୨୮ଟି ଆହତ ହୋଇଥିବା ଜଣାପଡିଛି। ସମସ୍ତ ଛେଳି ଉକ୍ତ ଗ୍ରାମର ଚାଷୀ ବି ରାମୁ ଓ ବି କ୍ରୀଷ୍ଣାଙ୍କର ବୋଲି ଜଣାପଡିଛି । ଖବରପାଇ ପଶୁ ବିଭାଗର ଅଧିକାରୀ ଓ କାଶୀନଗର ପୋଲିସର ତନାଘନା ଆରମ୍ଭ ହୋଇଛି।

ପ୍ରାଣୀ ଚିକିତ୍ସାଧିକାରୀ ଗୁରୁତର ଛେଳି ମେଣ୍ଡାଗୁଡିକର ଚିକିତ୍ସା ବ୍ୟବସ୍ଥା କରିଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି । ତେବେ ଗୋଟିଏ ଦିନରେ ଏତେ ସଂଖ୍ୟକ ଛେଳି, ମେଣ୍ଢାଙ୍କ ମୃତ୍ୟୁକୁ ନେଇ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.