ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରକକୁ ଧକ୍କା ଦେଲା କାର୍‌, ୬ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା। ଆଜି ସକାଳେ ୫୮ ନଂ ଜାତୀୟ ରାଜପଥ ମୁଜାଫରନଗରରେ ଟ୍ରକ- କାର ଧକ୍କା ହୋଇଛି। ଟ୍ରକକୁ ଧକ୍କା ଦେବା ଫଳରେ କାରରେ ଯାଉଥିବା ୬ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ଏକ କାର୍ ଯୋଗେ ୬ ଜଣ ଯାତ୍ରୀ ଦିଲ୍ଲୀରୁ ହରିଦ୍ୱାର ଯାଉଥିଲେ। ଏହି ସମୟରେ ଏକ ଟ୍ରକକୁ ଧକ୍କା ଦେଇଥିଲା କାର୍। ଫଳରେ ସମସ୍ତ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍ ହୋଇଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.