ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫୦୦ ବର୍ଷ ପରେ ରୂପା ପାଲିଙ୍କିରେ ଝୁଲିବେ ରାମଲଲା

ଅଯୋଧ୍ୟା : ଆସନ୍ତା ୫ ତାରିଖରେ ରାମ ମନ୍ଦିର ଶିଳାନ୍ୟାସକୁ ବର୍ଷେ ପୂରଣ ହେବାକୁ ଯାଉଛି। ଅନେକ ଦଶନ୍ଧିର ଲଢେଇ ପରେ ରାମ ମନ୍ଦିର ନିର୍ମାଣର ସ୍ବପ୍ନ ସାକାର ହେବ। ମିଅଁ ନିର୍ମାଣ କାର୍ଯ୍ୟ ମଧ୍ୟ ୬୦ ପ୍ରତିଶତ ଶେଷ ହୋଇସାରିଲାଣି। ଆସନ୍ତା ୧୧ ତାରିଖରେ ପଡୁଥିବା ଶ୍ରାବଣ ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଉଛି। ମାନ୍ୟତା ଅନୁଯାୟୀ ଏହି ମେଳା ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରୁ ୧୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଚଳତି ଥର ରାମଲଲାଙ୍କୁ ରୂପାର ପାଲିଙ୍କିରେ ଝୁଲାଇବାକୁ ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ନିଷ୍ପତ୍ତି ନେଇଛି। ୫୦୦ ବର୍ଷ ପରେ ଏପରି ହେବାକୁ ଯାଉଛି। ଏଥିପାଇଁ ଝୁଲା ମାପ ସରିଲାଣି। ସେହିପରି ଗର୍ଭଗୃହକୁ ସୁନାରେ ନିର୍ମାଣ କରିବା ପାଇଁ ଦାବି ହେଉଛି।

Leave A Reply

Your email address will not be published.