ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଣି ଭର୍ତ୍ତି ଗାଡିଆରେ ବୁଡି ୪ ଶିଶୁଙ୍କ ସଲିଳ ସମାଧି

ଜୟପୁର: କୋରାପୁଟ ଜିଲ୍ଲା ସଦରଥାନା ଅନ୍ତର୍ଗତ ମାଝିଗୁଡାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାଣି ଭର୍ତ୍ତି ଗାଡିଆରେ ବୁଡି ୪ ଶିଶୁଙ୍କ ମୃତ୍ଯୁ ଘଟିଛି।  ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ଯ ଆରମ୍ଭ କରିଥିଲେ। ହେଲେ ସେତେବଳକୁ ୪ ଶିଶୁଙ୍କ ମୃତ୍ଯୁ ଘଟି ସରିଥିଲା। ପାଣି ଭିତର ଆଉ କେହି ରହିଯାଇଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁଯାୟୀ, ମାଝିଗୁଡ଼ାରେ ଏକ ପାଣି ଭର୍ତ୍ତି ଖାତ ନିକଟରେ ୬ ଶିଶୁ ବୁଲାବୁଲି କରୁଥିବା ବେଳେ ୪ ଜଣ କୌଣସି କାରଣରୁ ସେଥିରେ ପଡି ଯାଇଥିଲେ । ପିଲାମାନଙ୍କ ବୟସ କମ ହୋଇଥିବା ବେଳେ ଖାତଟି ପାଣିରେ ଭର୍ତ୍ତି ହୋଇଥିଲା । ଫଳରେ ପିଲାମାନେ ସେଥିରୁ ଉଠି ନପାରି ବୁଡି ଯାଇଥିଲେ।

Leave A Reply

Your email address will not be published.