ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୩୧ – ୦୩ – ୨୦୨୩ )

ମେଷ: ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ପୂରଣ ହେବ। ଚକ୍ଷୁ ପାଇଁ କଷ୍ଟ ପାଇପାରନ୍ତି। ମହିଳାମାନେ ଆଳସ୍ୟତା ଅନୁଭବ କରିବେ। ନୂତନ ନିବେଶରୁ କ୍ଷତିଗ୍ରସ୍ତ ହୋଇପାରନ୍ତି।

ବୃଷ: ବିଭିନ୍ନ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଦକ୍ଷତା ପ୍ରମାଣିତ ହେବ । ଆୟ ବୃଦ୍ଧି ହେତୁ ଉତ୍ସାହିତ ହେବେ। ପରିବାରର ସହାୟତା ପାଇବେ। ପ୍ରେମୀମାନଙ୍କୁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ।

ମିଥୁନ: କୌଣସି ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିବେ। ପାରିବାରିକ ପରିବେଶ ଓ ଦାମ୍ପତ୍ୟ ଜୀବନରେ ସମନ୍ୱୟ ରହିବ। ସନ୍ତାନଙ୍କ ସହ ମୂଲ୍ୟବାନ ସମୟ କଟାଇବେ।

କର୍କଟ: ପରିବାର ସମ୍ବନ୍ଧରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଆର୍ଥିକ ଉନ୍ନତି ପାଇଁ ନୂଆ ଉପାୟ ମିଳିବ। ଲଗାତାର ଚେଷ୍ଟା କରି ସଫଳତା ପାଇବେ। କାର୍ଯ୍ୟଭାର ବୃଦ୍ଧି ପାଇବ।

ଏଥିସହିତ ପଢ଼ନ୍ତୁ

ସିଂହ: ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ସଫଳତା ପାଇବେ। ଦୂରଯାତ୍ରା ସୁଯୋଗ ପାଇପାରନ୍ତି। ଅତ୍ୟଧିକ ପରିଶ୍ରମ କରି ଥକ୍କା ଅନୁଭବ କରିବେ।

କନ୍ୟା: କ୍ୟାରିୟର ପାଇଁ ନୂତନ ଦିଗନ୍ତ ପାଇବେ। କାର୍ଯ୍ୟକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

ତୁଳା: କୌଣସି କାର୍ଯ୍ୟରେ ସଫଳତା ନପାଇ ନିରାଶ ରହିପାରନ୍ତି। ସାହିତ୍ୟ ତଥା ଅନ୍ୟାନ୍ୟ ସୃଜନଶୀଳ କଳା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ମହିଳାମାନେ ଉଚିତ ନିଷ୍ପତ୍ତି ଗ୍ରହଣ କରିପାରିବେ।

ବିଛା: ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। କାର୍ଯ୍ୟରେ ସଫଳତା ମିଳିବା ଦ୍ବାରା ଉତ୍ସାହିତ ଅନୁଭବ କରିବେ। ଅତ୍ୟଧିକ ଚିନ୍ତା କରି ମାନସିକ ଅବସାଦ ପାଇବେ।

ଧନୁ: ପାରିବାରିକ ସମ୍ପର୍କରେ ମଜଭୁତ ହେବ। ଆର୍ଥିକ ଲାଭ ପାଇବାର କିଛି ସୁଯୋଗ ପାଇବେ। ଜୀବନସାଥୀଙ୍କ ପରାମର୍ଶକ୍ରମେ କାର୍ଯ୍ୟ କରିବେ। ନୂଆ ଲକ୍ଷ୍ୟକୁ ନିର୍ଦ୍ଧାରିତ କରିବା ପାଇଁ ଦିନଟି ଉତ୍ତମ ରହିବ।

ମକର: ପରିବାର ସହିତ ଆନନ୍ଦଭରା ସମୟକୁ ଅତିବାହିତ କରିବେ। ଭୁଲ ବିନିଯୋଗ କରି ଦୁଶ୍ଚିନ୍ତାରେ ରହିପାରନ୍ତି। ବ୍ୟବସାୟରେ କିଛି କ୍ଷତି ହୋଇପାରେ। ମହିଳାମାନେ ସ୍ବାଭିମାନୀ ହୋଇ କାର୍ଯ୍ୟ କରିବେ।

କୁମ୍ଭ: ଅଧିକ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। କର୍ମସ୍ଥଳୀରେ କିଛି ନୂତନ କାର୍ଯ୍ୟ କରି ପ୍ରଶଂସାର ପାତ୍ର ହେବେ। ସୁଯୋଗର ସଠିକ୍‌ ଉପଯୋଗ କରିବେ। ମହିଳାମାନେ ସ୍ବାଧୀନମନା ହେବେ।

ମୀନ: କାର୍ଯ୍ୟ କରିବାର ତରିକାରେ କିଛି ପରିବର୍ତ୍ତନ ଦେଖାଦେଇପାରେ। ଅନ୍ୟକୁ ଧାର ଦେବା କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କୋର୍ଟକଚେରୀ ମାମଲା ଆପଣଙ୍କ ପାଇଁ ନକାରାତ୍ମକ ରହିପାରେ।

Leave A Reply

Your email address will not be published.