ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ ( ୨୭ – ୦୫ – ୨୦୨୨ )

ମେଷ: ବରିଷ୍ଠ ଅଧିକାରୀଙ୍କ ଆକ୍ରୋଶର ଶୀକାର ହୋଇପାରନ୍ତି। ଦେହ ଓ ମନ ଭଲ ରହିବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପରିବାରରେ ଏକତା ରହିବ।

ବୃଷ: ପରିବାରରେ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ଛାତ୍ରଛାତ୍ରୀମାନେ ଅଧ୍ୟୟନରତ ରହିବେ। ସକାରାତ୍ମକ ଚିନ୍ତାଧାରା ରହିବ। ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସୁଚାରୁରୂପରେ ତୁଲାଇବ।

ମିଥୁନ: ସଙ୍ଗୀତ ପ୍ରତି ରୁଚି ବଢ଼ିବ। କର୍ମକ୍ଷେତ୍ରରେ ଆଗୁଆ ରହିେବ। କାହାକୁ ଅଯଥା ସନ୍ଦେହ କରନ୍ତୁ ନାହିଁ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପାରିବାରିକ ସମସ୍ୟା ଦେଖାଦେଇପାରେ।

କର୍କଟ: ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହୁଅନ୍ତୁ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ବ୍ୟବସାୟରେ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ସିଂହ: ବାଧାବିଘ୍ନର ଅନ୍ତ ଘଟିବ। ଆର୍ଥିକ ଅସୁବିଧା ଦୂର ହେବ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପରିବାରବର୍ଗଙ୍କ ସହ ଅଧିକ ସମୟ ଅତିବାହିତ କରିବେ।

କନ୍ୟା: ଉତ୍ସାହର ସହ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ। ସକାରାତ୍ମକ ଭାବନା ସହ କାର୍ଯ୍ୟ କରିବେ। ମହିଳାମାନେ ଚିନ୍ତାରେ ରହିବେ। ଲୋକସମ୍ପର୍କ ବୃଦ୍ଧି ପାଇବ।

ତୁଳା: ସାମାଜିକ ମାନସମ୍ମାନ ବଢ଼ିବ। ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ପ୍ରିୟଜନଙ୍କ ପାଇଁ ପ୍ରତାରିତ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ବିଛା: ମନରେ ସକାରାତ୍ମକ ଭାବନା ରଖନ୍ତୁ। କୌଣସି କାର୍ଯ୍ୟକୁ ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅଆଶାନୁଯାୟୀ ଫଳ ପାଇବେ ନାହିଁ। ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ।

ଧନୁ: ଦୀର୍ଘ ସମୟ ଅପେକ୍ଷାର ଅନ୍ତ ଘଟିବ। ଦୁଃସାହସିକ କାର୍ଯ୍ୟ ତୁଲାଇବେ। ମହିଳାମାନେ ଉତ୍ସାହିତ ରହିବେ। ଆର୍ଥିକ ଅନଟନ ଦେଖାଦେବ। ସାଂସାରିକ ଭୁଲ୍‌ ବୁଝାମଣା ରହିବେ।

ମକର: ପ୍ରିୟଜନଙ୍କଠାରୁ ପ୍ରତାରଣା ପାଇପାରନ୍ତି। ଗୁରୁଜନଙ୍କ ପାଇଁ ଚିନ୍ତିତ ହେବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ହତୋତ୍ସାହ ହୋଇପାରନ୍ତି । ଭାବିଚିନ୍ତି ସଠିକ୍‌ ଭାବରେ ନିବେଶ କରନ୍ତୁ।

କୁମ୍ଭ: ଦିନଟି କର୍ମତତ୍ପର ରହିେବ। ଚାକିରିରେ ସହଯୋଗ ପାଇବେ। ଜନସେବାରେ ସମୟ କଟିବ। ବ୍ୟବସାୟରେ ଲାଭାନ୍ବିତ ହେବ। ମହିଳାମାନେ ପରିଶ୍ରମୀ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

ମୀନ: ବୁଦ୍ଧି ବଳରେ ଆଗକୁ ଅଗ୍ରସର ହେବେ। ବନ୍ଧୁବାନ୍ଧବଙ୍କଠାରୁ ମୂଲ୍ୟବାନ ଉପହାର ପାଇବେ। କର୍ମକ୍ଷେତ୍ରରେ ଏକାଗ୍ରତାର ସହ କାର୍ଯ୍ୟ କରିବେ। ବିଦେଶ ଯାତ୍ରା ଯୋଗ ରହିଛି। ଦାମ୍ପତ୍ୟ ଜୀବନ ମଧୁର ରହିବ।

Leave A Reply

Your email address will not be published.