ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାରେ କାଲିଠାରୁ ୨ଦିନ ବନ୍ଦ ରହିବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ଦୁଇ ଦିନ ବନ୍ଦ ରହିବ ପେଟ୍ରୋଲ ପମ୍ପ।  ୨୭ ଓ ୨୮ ତାରିଖରେ ସନ୍ଧ୍ଯା ୬ରୁ ସକାଳ ୬ ପେଟ୍ରୋଲ ପମ୍ପ ବନ୍ଦ ରହିବ। ସାରା ଓଡ଼ିଶାରେ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ହେବ ବୋଲି ସଂଘ ଏକ ପ୍ରେସ ରିଲିଜ ଜରିଆରେ କହିଛି। ଏହି ସମୟରେ ପେଟ୍ରୋଲ ପମ୍ପ ମାନେ ତେଲ ମଧ୍ୟ କିଣିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି ବନ୍ଦକୁ ଇଣ୍ଡିଆନ ଓଏଲ, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ସମର୍ଥନ କରିଛନ୍ତି।

ନିକଟରେ କେନ୍ଦ୍ର ସରକାର ତେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କଲେ କିନ୍ତୁ ଦର କମ୍ କରିବା ବେଳେ ପେଟ୍ରୋଲ ପମ୍ପ ମାଲିକଙ୍କ କଥା ଚିନ୍ତା କରିନାହାନ୍ତି କେନ୍ଦ୍ର ସରକାର। ଏହାଦ୍ୱାରା କ୍ଷତି ସହିବାକୁ ପଡୁଛି ବୋଲି ରାଜ୍ୟ ପେଟ୍ରେଲିୟମ ସଂଘର ସଭାପତି ଶଙ୍କର ସାହୁ କହିଛନ୍ତି । ତେଣୁ ଏବେ ଡିଲର କମିଶନକୁ ନେଇ ଚିନ୍ତାରେ ପେଟ୍ରୋଲ ପମ୍ପ ମାଲିକ ରହିଛନ୍ତି ।

ସଂଘ ତେଲ ଦର କମ୍ ହେବାକୁ ନେଇ ସ୍ୱାଗତ କରିଛି। ଏହା ଦ୍ୱାରା ଦର ଦାମ କମିବ ବୋଲି କହିଛି । ହେଲେ ସରକାର ଏପରି ନିଷ୍ପତ୍ତି ନେବା ବେଳେ ତାଙ୍କମାନଙ୍କ ସହ ଆଲୋଚନା ନକରିବା କିମ୍ବା ପେଟ୍ରୋଲ ପମ୍ପ ମାଲିକଙ୍କ କ୍ଷତି ଉପରେ ଧ୍ୟାନ ଦେବାର ଥିଲା ବୋଲି କହିଛନ୍ତି ଓଡ଼ିଶା ପେଟ୍ରୋଲିୟମ ସଂଘର ସଭାପତି। ତେବେ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ସାରା ଦେଶରେ ଡିଲର କମିଶନକୁ ନେଇ ଏବେ ଚିନ୍ତାରେ ରହିଛନ୍ତି ତେଲ କମ୍ପାନୀ ।

Leave A Reply

Your email address will not be published.