ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଙ୍ଗଳବାର ରାଶିଫଳ ( ୨୧ – ୦୨ – ୨୦୨୩ )

ମେଷ: ଆୟ କମ୍ ଓ ଖର୍ଚ୍ଚ ଅଧିକ ହେବ। କୋର୍ଟକଚେରୀ ମାମଲାରେ ଅସୁବିଧା ହୋଇପାରେ । ଘରୋଇ ସମସ୍ୟାର ସମାଧାନ ପାଇଁ ସାଙ୍ଗସାଥୀଙ୍କ ସାହାଯ୍ୟ ନେବେ । ଅଯଥା କାର୍ଯ୍ୟରେ ସମୟ ନଷ୍ଟ କରିବେ।

ବୃଷ: ପୂର୍ବରୁ ଅଟକି ଥିବା ସରକାରୀ କାର୍ଯ୍ୟ ପୂରଣ ହେବ। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ଚାକିରିରେ ବଦଳି ସୂଚନା ପାଇବେ। ଯାତାୟାତ ସମୟରେ ସାବଧାନ ରୁହନ୍ତୁ।

ମିଥୁନ: ଆୟ ବୃଦ୍ଧି ପାଇଁ ନାନା ଯୋଜନା ପ୍ରସ୍ତୁତ କରିବେ। କଠିନ ପରିଶ୍ରମର ଫଳ ପାଇବେ। ପାରିବାରିକ ସ୍ଥିତି ଉତ୍ତମ ରହିବ। ବ୍ୟବସାୟରେ ଭଲ ଲାଭ ପାଇବେ।

କର୍କଟ: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ବାଲ୍ୟବନ୍ଧୁଙ୍କ ସହ ସାକ୍ଷାତ ହେବ। କ୍ୟାରିୟରରେ ବଡ଼ ସଫଳତା ପାଇବେ। ଜୀବନସାଥୀଙ୍କ ସହ ଅଧିକ ସମୟ କଟାଇବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଭାଇଭଉଣୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। କୌଣସି ଜଟିଳ ପରିସ୍ଥିତିରେ ପଡ଼ିଯାଇପାରନ୍ତି। ବ୍ୟବସାୟ କାର୍ଯ୍ୟରେ ରହି ପରିବାର ପ୍ରତି ଅଣଦେଖା କରିପାରନ୍ତି।

କନ୍ୟା: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ନିଜ ପ୍ରତିଭା ପାଇଁ ସମସ୍ତଙ୍କ ପାଖରେ ପ୍ରଶଂସାର ପାତ୍ର ହେବେ। କିଛି ବିଶେଷ ମାମଲାକୁ ନେଇ ମନୋଭାବରେ ପରିବର୍ତ୍ତନ ଦେଖାଦେବ।

ତୁଳା: ନିଜ କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରନ୍ତୁ। ପ୍ରିୟବନ୍ଧୁଙ୍କଠାରୁ ମନପସନ୍ଦର ଉପହାର ପାଇବେ। ଶାନ୍ତ ମନରେ କାର୍ଯ୍ୟ କରି ସୁଫଳ ପାଇବେ। କର୍ମସ୍ଥଳୀରେ ପଦୋନ୍ନତିର ସୁଯୋଗ ରହିଛି।

ବିଛା: ଭୂସଂପତ୍ତି କ୍ରୟ କରିପାରନ୍ତି। ଶିକ୍ଷାର୍ଥୀମାନେ ଉତ୍ତମ ମାର୍ଗଦର୍ଶନ ପାଇବେ। ମହିଳାମାନଙ୍କର ସାହିତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନରେ ସାମାନ୍ୟ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।

ଧନୁ: ଭଲ ଭାବରେ ବିଚାର କରି କାର୍ଯ୍ୟ କରିବେ। ଗୁରୁଜନଙ୍କ ସମର୍ଥନ କ୍ରମେ ଆଗକୁ ବଢ଼ିବେ। ଆର୍ଥିକକ୍ଷେତ୍ର ମଜଭୁତ ରହିବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।

ମକର: କୌଣସି ନୂତନ ନିବେଶ କରି ଲାଭବାନ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତାଳମେଳ ରଖି କାର୍ଯ୍ୟ କରିବେ। ଶିକ୍ଷାର୍ଥୀଙ୍କ ପାଇଁ ନୂତନ ସୁଯୋଗ ମିଳିପାରେ ।

କୁମ୍ଭ: ପ୍ରିୟଜନଙ୍କ ବ୍ୟବହାରେ କଷ୍ଟ ପାଇ ପାରନ୍ତି। ନକାରାତ୍ମକ ଭାବନାରୁ ଦୂରେଇ ରୁହନ୍ତୁ। ଶତ୍ରୁମାନଙ୍କ ଚକ୍ରାନ୍ତରେ ପଡ଼ି ଯାଇପାରନ୍ତି। ଦୂରସ୍ଥାନକୁ ଯାତ୍ରା ଯୋଗ ରହିଛି। ଅନ୍ୟକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ।

ମୀନ: ଦିନଟି ଆନନ୍ଦ ଉଲ୍ଲାସ ମଧ୍ୟରେ କଟିବ। ପାରିବାରିକ ବିବାଦର ଅନ୍ତ ଘଟିବ । କର୍ମକ୍ଷେତ୍ରରେ ମନଦେଇ କାର୍ଯ୍ୟ କରି ପୁରସ୍କୃତ ହୋଇପାରନ୍ତି । ଗୃହିଣୀମାନେ ସତର୍କ ରହି କାର୍ଯ୍ୟ କରନ୍ତୁ।

Leave A Reply

Your email address will not be published.