ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦ୍ୟାଳୟରେ ମ୍ୟୁଜିକ ଚେୟାର ଖେଳୁଥିବା ସମୟରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ଗୁରୁତର

ସୋର : ସୋର ପୌରପଳିକା ଅନ୍ତର୍ଗତ ବଡଖୁରି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଆଜି ସକାଳେ ମ୍ୟୁଜିକ ଚେୟାର ଖେଳୁଥିବା ବେଳେ ୨୦ ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଆଜି ସକାଳେ ବିଦ୍ୟାଳୟରେ ଖେଳ ପ୍ରତିଯୋଗିତା ପାଇଁ ପୂର୍ବ ପ୍ରସ୍ତୁତି ଚାଲିଥିବା ବେଳେ ସମୟରେ ହଠାତ୍ ୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ଛାତିରେ ଯନ୍ତ୍ରଣା ହେବାରୁ ଅଚେତ୍ ହୋଇ ପଡିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ଲୋକେ ଛାତ୍ରୀ ମାନଙ୍କୁ ଉଦ୍ଧାର କରି‍ ସୋର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ୩ଟି ୧୦୮ ଆମ୍ବୁଲାନ୍ସ ନିୟୋଜିତ ହୋଇଥିବା ବେଳେ ଅଭିଭାବକ ମାନେ ଖବର ପାଇ ସ୍କୁଲରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ ।ସେଠାରେ ୨ ଜଣଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

Leave A Reply

Your email address will not be published.