ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ

ଭୋପାଳ: ପରସ୍ପର ସହ ଧକ୍କା ହେଲେ ଦୁଇ ବାୟୁସେନା ବିମାନ। ଶନିବାର ମଧ୍ୟପ୍ରଦେଶର ମୋରେନା ନିକଟରେ ସୁଖୋଇ-୩୦ ଏବଂ ମିରାଜ ୨୦୦୦ ଏୟାରକ୍ରାଫ୍ଟ ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଦୁଇ ଏୟାରକ୍ରାଫ୍ଟ ଧକ୍କା ହେବା ପରେ ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ତେବେ ଦୁଇଟି ବିମାନ କିଭଳି କେଉଁ ପରିସ୍ଥିତିରେ ଧକ୍କା ହେଲା ସେ ନେଇ ତଦନ୍ତ ହେବ। ଏଥିପାଇଁ ଭାରତୀୟ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ଗୁଆଲିୟର ଏୟାର ବେସ୍‌ରେ ଅଭ୍ୟାସ ଜାରି ରହିଛି। ଏହି ସମୟରେ ଦୁଇଟି ବିମାନ ଦୁର୍ଘଟଣା ହୋଇଛି। ବିମାନରେ କୌଣସି ତ୍ରୁଟି ଯୋଗୁ ଏଭଳି ହୋଇଛି କି ଚାଳକଙ୍କ ତ୍ରୁଟି ଯୋଗୁ ଏପରି ହୋଇଥିଲା ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।

ମୋରେନା ଜିଲ୍ଲାପଳଙ୍କ ସୂଚନା ଅନୁସାର, ସକାଳ ସାଢ଼େ ୫ଟା ସମୟରେ ଦୁଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ପାଇଲଟ ଏସ୍ୟୁ-୩୦ରୁ ସୁରକ୍ଷତି ଭାବେ ବାହାରି ଆସିଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା କରାଯାଇଛି ବୋଲି ମୋରେନା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.