ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଣେଶ ପୂଜାରେ ଅଘଟଣ: କୁଆଖାଇ ନଦୀରେ ବୁଡ଼ି ୨ ଛାତ୍ର ନିଖୋଜ

ଭୁବନେଶ୍ବର: କୁଆଖାଇ ନଦୀର ବୁଡି ଦୁଇ ଜଣ ଛାତ୍ର  ନିଖୋଜ ଅଛନ୍ତି। କଟକ ପ୍ରତାପନଗରୀ ନିକଟରେ ଗାଧୋଉଥିବା ବେଳେ ୨ଜଣ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ।

ସୂଚନା ଅନୁଯାୟୀ, ପାଞ୍ଚ ଜଣ ଛାତ୍ର ସାଙ୍ଗ ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ନଦୀରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ହଠାତ୍‌ ପାଞ୍ଚ ଜଣ ସାଙ୍ଗ ପାଣିରେ ଭାସିଯାଇଥିଲ । ତୁରନ୍ତ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଦୁଇ ଜଣ ନିଖୋଜ ଅଛନ୍ତି । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି।

Leave A Reply

Your email address will not be published.