ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ

ନୟାଗଡ଼: ନୟାଗଡ଼ ସଦର ଥାନା ଅଧୀନ ଷଠିଆପଲ୍ଲୀ ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ନାବାଳକ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟ ଦୁଇ ଭାଇ ଅଟନ୍ତି। ବଡ଼ ଭାଇ ଚନ୍ଦ୍ରଶେଖର ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନଭାଇ ରୁଦ୍ରମାଧବ ଅଙ୍ଗନଓ୍ବାଡି ଯାଉଥିଲେ। ପ୍ରାୟ ୩ ଟା ବେଳେ ଗାଁ ପୋଖରୀକୁ ଉଭୟ ଶୌଚ ହେବାକୁ ଯାଇଥିବା ବେଳେ ବୁଡିଯାଇଥିବା ଜଣାପଡିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଣାଯାଇଥିବା ବେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି। ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

Leave A Reply

Your email address will not be published.